Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

santanu karna

Others

4  

santanu karna

Others

ବାସି ପଖାଲ୍

ବାସି ପଖାଲ୍

1 min
359



ଖରା ଛୁଟି ହେଲା ଯେନ୍ତା

ଗଲି ମାମୁଁ ଘରକେ ବୁଲି ,

ମାଇଁକେ କହେଲି ପଖାଲ୍ ଖାଏମି

ପେଟ୍ ପୁରତେଲ୍ ବଲି ।


ତାର୍ ଆର ଦିନ ବେଲାକେ ମୁଇଁ

ଗାଧ୍ ପାଧ୍ କରି ଆସି,

ହାତଗୁଡ଼ ଧୁଇ ମସନାଜ ପକେଇ

ପିଁଢାଥି ପଡଲି ବସି ।


ମନଟା ମର୍ ଗହ ଗହ ଖାଲି

ଖାଏମି ଦେଶୀ ଖାନା,

ମନଟା କେ ମର୍ ଶାନ୍ତି ମିଲବା

ଆଏଜ୍ ସହରୀ ଖାନାର୍ ବିନା ।


ଟାକବାର୍ ମର୍ ଶେଷ୍ ହେଇଗଲା

ଯେନ୍ତା ମାଇଁ କେ ଦେଖଲି,

ରଁଧା ମାଇଁ ଆନୁଛନ୍ ନେଇ

ସବୁ ଖାଏବାର୍ ସଁଖଲି ।


ପାସକେ ଆଏଲା ଉତୁରୁ ଦେଖଲି

ବାସି ପଖାଲ ତ ନେଇଁ,

ଫାଷ୍ଟଫୁଡ଼ ଖାନା ଆନିଛନ ମାଇଁ

କେଡେ ଗହ ଗହ ହେଇ ।


ମନଚୁରୀଏନ ସାଙ୍ଗେ ଚିକେନ୍ ପକୋଡା

ତାର ସାଁଗେ ଶିକାର ତୁନ,

ତନ୍ଦୁର ରୁଟି ସାଁଗେ ଭେଜ କଟଲେଟ୍

ଆର୍ ଦୁସା ମସରୁମ୍ ।


ସହରୀ ଖାନାକେ ଦେଖଲି ଯେନ୍ତା

ମୁହୁଁ ହେଇଗଲା ମର ଏମଲା,

ମୁହୁଁ କେ ଦେଖି ମାଇଁ ମର କହେଲେ

କେଁ ହେଲା ଭଞ୍ଜ। ପିଲା ।


ଇଆଡ଼େ ସିଆଡେ ଦେଖିକରି କହେଲି

ବାସିପଖାଲ କାଇଛେ ଗୋ ମାଇଁ,

ମାଇଁ ମର କହେଲେ ବାସି ଏଭେ ଆରୁ

ଆମକୁ ରୁଚବାର କେ ନାଇଁ ।


ସଖାଲୁ ସଖାଲୁ ଖାଉଛୁ ଆମହେ ବ୍ରେଡ଼

ଆର ପିଉଚୁନ ଫଲରସ,

ବିରିଆନି ବି ଖାଉଛୁ ମଝିରେ ମଝିରେ

ହେଇ କରି ହଁସ ହଁସ ।


ବେଲ ବୁଡ଼େ ପିଇସୁ ଚାହା,କୋଲଡ୍ରିଂକ୍ସ

କେଭେଁ କେନ୍ତା କଫି ପିଇସୁ,

ରାତିରେ ପିଜା ନେଇଁ ତ ବର୍ଗର୍

ଅନଲାଇନ ଥି ମଗେଇ ଆନସୁ ।


ମାଇଁର କଥା ସୁନି ଭାବଲି ଘାଏ

କାଏଁ କଥା ଇଟା ହେଲା,

ଜଙ୍ଗଲ ଭିତରର୍ ମାମୁଁ ଘରଟା ମର୍

କେଭରୁ ସହର୍ ହେଲା ।


ଖାଇବାର୍ ଥାଲିକେ ଜୁହାର ଟେ କଲି

ଖାଇଲି ମାଇଁ କର ରଁଧା,

ବାସି ପଖାଲ ଖିଆ ସପନ୍ ଟା ମର

ରହିଗଲା ଆଏଜ ଅଧା ।


 


Rate this content
Log in

More oriya poem from santanu karna