STORYMIRROR

Dillipi Kumar Deo

Others

2  

Dillipi Kumar Deo

Others

"ବାରବିଧି" ବନାମ "ଯାନବିଧି"

"ବାରବିଧି" ବନାମ "ଯାନବିଧି"

1 min
14K



==================

ରାଜପଥ ପ'ରେ ଚାଲିବା ସମୟେ,

ବାମ କଡେ ଯିବା ଭାଇ

ଯାନଆଦି ପ'ରେ ହେଲମେଟ ପିନ୍ଧି

ଗାଡି ଚଳାଇବ ଯାଇ.

ସଂସାର ଜୀବନ ଯାତ୍ରାର ପଥରେ

ହେବ ନାହିଁ ବାମାଚାରୀ

ଧରମ ପଥରେ ଚାଲୁଥିବ ସଦା

ହୋଇ ସତପଥ ଚାରୀ

ରାଜପଥ ପରେ ଡାହାଣେ ଚାଲିବା

ଅଟେ ଜାଣ "ବାରବିଧି"

ଜୀବନ ପଥରେ ଡାହାଣେଟି ଗଲେ

ସେହି ଅଟେ ଯଥାବିଧି

ଜୀବନ ପଥଟି ଅଟେ ଅଙ୍କାବଙ୍କା

ରାଜପଥ ଅଙ୍କା ବଙ୍କା

ଜୀବନ ଯେଦିନ ହୋଇବ ସଳଖ

ଘରେ ପଡିଯିବ ଡକା

ରାଜପଥ ପରେ ରହିଥାଏ କେତେ

ହମ୍ଫସ ସଙ୍କେତର ଠାର

ତାକୁ ଅନୁସରି ଚାଲିଲେଟି ବାଟ

ଦୂର୍ଘଟଣା ହେବ ଦୂର

ଆଦୈା ନ ପହଞ୍ଚିବା ଠାରୁ ଜାଣ ଭଲ

ବିଳମ୍ବେ ନଥାଏ ଦୋଷ

ଗାଡିକୁ ଚଲାଅ ଯାନବିଧି ଜାଣି

ହୋଇଣ ଅଭିନିବେଶ

ଜୀବନ ପଥରେ ହମ୍ଫସ ଟି ଜାଣ

ନିଜକୁ କରେ ତତ୍ପର

ରାଜପଥେ ତଥୈବଚ ହମ୍ଫସ ଯେ

ଥାଏ ଜାଣ ବାର ବାର

ହମ୍ଫସ ଅଟଇ ଜୀବନ ପଥରେ

ସମସ୍ୟାର ସମାଧାନ

ରାଜପଥେ ତେଣୁ ହମ୍ଫସ ଯେ ଥାଏ

ଦୂର୍ଘଟଣା ର ଦମନ

ସଡକ ସୁରକ୍ଷା ସପ୍ତାହଟି ଜାଣ

ଆମ ଜୀବନ ବାହକ

ମରିଲେ ସପ୍ତାହ ମଧ୍ୟରେ ମରିବା

ଜୀବନ ଆମ ସଡକ

ଜୀବନ ପଥରେ ନାରୀ ଓ ପୁରୁଷ

ଅଟନ୍ତି ଦୁଇଟି ଚକ

ଦୁଇ ଚକ ଯଦି ହୋଇଯିବ ଏକ

ଗାଡି ହୋଇବ ଅଟକ

ଧର୍ମକାର୍ଯ୍ୟେ ସଦା ବାମପାଶେ ରହି

ବୋଲାଇଣ ଥାଏ ବାମା

ଡାହାଣେ ରଖିବା ନୁହଁଇ ଉଚିତ

ପୁରୁଷ ହୋଇବେ ଧିମା

ସମକକ୍ଷ ମଣି ପୁରୁଷରେ ନାରୀ

ସାଜିରାଜରାଜେଶ୍ୱରୀ

ପୁରୁଷ ବିଚରା ନିଜ ଅଜାଣତେ

ସାଜିଛି "ବାୟସ" ଅରୀ

ନରକୁ ପଛରେ ପକାଇ ନାରୀ ଯେ

ସାଜିଣ ଅଛି ପାଠୁଆ

ଘରକାମ ସବୁ କରିଣ ପୁରୁଷ

ସାଜିଛି ଘଚଟିଆ

କରନି ଚାଳନା ଗାଡିକୁ କେବେହେଁ

ପିଇଣ ଅକାଳ ବିଷ

ଅକାରଣେ ଯାହା ଧରିନେବ ଯମ

ହୋଇବ ଶରୀର ନାଶ

ଆଜିର ଦିନରେ ନେବାଟି ଶପଥ

ହୋଇ ଦୂଢ ପରିକର

ସଡକ ନିୟମ ମାନି ଚଳୁଥିବା

ସାଥେଛନ୍ତି ପରାପ୍ତର

!!!"""!!!!!!""!!!!!""!!!!""!!!""!!!!!!"""

ଶ୍ରୀ ଦିଲ୍ଲୀପ କୁମାର ଦେବ

ମହୁଲଢିପା ସାହି,ଦେବଗଡ

ମୋ-9438150137.

dillipdebdeogarh57@gmail.com


Rate this content
Log in