STORYMIRROR

Dhruba Mohanty

Others

3  

Dhruba Mohanty

Others

ବାଇ ଚଢ଼େଇ

ବାଇ ଚଢ଼େଇ

1 min
156


ବାଇ ଚଢ଼େଇରେ ବାଇ ଚଢ଼େଇ

କିଏ ଶିଖେଇଛି ତୋତେ ବାଡେଇ

କି ସୁନ୍ଦର ବସା ଗଢିଛୁ ତୋର

ଦେଖିଲେ ଫେରୁନି ନଜର ମୋର ।।।୧

ଝଡ଼ ବରଷାକୁ ନାହିଁ ତୋ ଡର

ଖୁସିରେ ଝୁଲନ୍ତି ପିଲାଏ ତୋର

ବରଷା ପବନେ ଛିଣ୍ଡୁନି ସିଏ

ବାଆଗଲେ ବସା ଦୋହଲୁ ଥାଏ ।।।୨

ରେଣ୍ଟା ତାଳବଣ ତୋ ପାଇଁ ଭଲ

ଖୋଜି ବୁଲୁ ପୋକ ବିଲରୁ ବିଲ

ଗହୀର ବିଲରୁ ପୋକ ତୁ ଖାଉ

କିଚିରି ମିଚିରି ଶବଦେ ଗାଉ   ।।।୩

ଉଡି ଆସୁ ଧରି ଥଣ୍ଟରେ ପୋକ

ଛୁଆକୁ ଖୁଆଇ ମେଣ୍ଟାଉ ଭୋକ

ଟେକା ପକେଇଲେ ମୁଁ ତୋ ବସାକୁ

ଉଡି ଯାଉ ତୁ ନୀଳ ଆକାଶକୁ ।।।୪

ମୁଁ ଯେବେ ଆସଇ ସେଠାରୁ ଫେରି

ତୁ ଫେରୁ ବସାକୁ ନକରି ଡେରି

ତୋତେପାଇ ପାଖେ ତୋ ପିଲା ଖୁସି

ଦେଖୁ ଥାଏ ମୁହିଁ ଦୂରରେ ବସି ।।।୫

ଛୁଆଙ୍କ କାନରେ କହୁ କଡ଼େଇ

ମୁଉଁ ଦେଉଛିରେ ତୋତେ ଉଡ଼େଇ 

ବୁଣିବା ଶିଖେଇ ଦବୁ ତୁ ମୋତେ 

ଆଉ ଉଡ଼େଇବିନି କାଲିକି ତୋତେ ।।।୬

ଚଢ଼େଇଟେ ତୁ , ମୁଁ ଗାଈଆଳ ଛୁଆ 

ତୋର ମୋର ଭେଟ ନିତି ଦିନିଆ 

କାଲିକି ଆସିବି ଗାଈ ଚରେଇ

ବାଇ ଚଢ଼େଇରେ ବାଇ ଚଢ଼େଇ ।।।୭

କାଲିକି ହବୁନି ତୁରେ ଅମଙ୍ଗ 

ଆସିଲେ ଖେଳିବା ହୋଇକି ସାଙ୍ଗ

ବୁଣା ବୁଣି କଳା ଦବୁ ଶିଖେଇ

ବାଇ ଚଢ଼େଇରେ ବାଇ ଚଢ଼େଇ ।।।୮

ତୋ ପିଲା ପାଖରେ ତୁ ଭଲରେ ଥା

ମୋତେ ଡାକିଲେଣି ମୋହରି ମାଆ

ଗଢ଼ିଛୁ ବସା ତୁ କେତେ ବାଗରେ

ସେକଥା କହିବିମୋ ମା ଆଗରେ ।।।୯

ବାଇ ଚଢ଼େଇରେ ବାଇ ଚଢ଼େଇ

କିଏ ଶିଖେଇଛି ତୋତେ ବାଡେଇ

କି ସୁନ୍ଦର ବସା ଗଢିଛୁ ତୋର

ଦେଖିଲେ ଫେରୁନି ନଜର ମୋର ।।।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dhruba Mohanty