Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prangya paramita Sahu

Others

3  

Prangya paramita Sahu

Others

ବାଃ ବାଃ ରେ ଦୁନିଆ

ବାଃ ବାଃ ରେ ଦୁନିଆ

1 min
8


ପେଟ ପାଇଁ ମାଆ ବିକେ ଏଠି ଛୁଆ 

       ନଥାଏ କାହାର ନଜର ,

ପରିବାର ପାଇଁ ଦେହ ବିକେ ଭଗ୍ନୀ 

       ଭାଇ ସାଜେ ସାତ ପର ।

       ବାଃ ବାଃ ରେ ଦୁନିଆ !!

ବୃଦ୍ଧ କାଳେ ପିତାମାତା ବୃଦ୍ଧାଶ୍ରମେ

        ପୁତ୍ର କରିଦିଏ ପର ,

କେତେ ଯେ ପ୍ରଶ୍ନ ଉଙ୍କି ମାରେ ମନେ 

        କିଏ ଯେ ଦେବ ଉତ୍ତର ।

        ବାଃ ବାଃ ରେ ଦୁନିଆ !!

ନିଶା ପାଇଁ ପତି ମାଡ଼େ ମାରେ ପତ୍ନୀକୁ 

        ପଡ଼ୋଶୀ ଦେଖେଣାହାରୀ,

ନିଶା ଛାଡ଼ିଗଲେ ସବୁ ଭୁଲିଯାଏ 

      କହିଦିଏ ଛୋଟ ସରି ।

       ବାଃ ବାଃ ରେ ଦୁନିଆ !!

 ଅନେକ କାର୍ଯ୍ୟ ପାଇଁ ଏଠି ଲାଞ୍ଚ ଦିଆନିଆ 

       ସଭିଏଁ ଏଠି ନିରବ ,

କେତେ ଯେ ଦୁର୍ନୀତି ଘଟି ଚାଲିଅଛି 

       ଦୁର୍ନୀତି କି ଯେ ହଟିବ ।

       ବାଃ ବାଃ ରେ ଦୁନିଆ !!

ଯଦି କହିଦେବୁ ଅସଲ କଥାଟି 

      ଦୋଷୀଟିଏ ତୁ ସାଜିବୁ , 

ତୁ ତୁ ମେଁ ମେଁ କରି ସଭିଏଁ ମାରିବେ 

      ନିଜ କଥା ନିଜେ ବୁଝିବୁ ।

    ବାଃ ବାଃ ରେ ଦୁନିଆ !!



Rate this content
Log in

More oriya poem from Prangya paramita Sahu