ବାଘବସା
ବାଘବସା
1 min
710
ଏଠି ମାଟିରେ ବାଘନଖର ଦାଗ
ସହରୀ ମହାବଳ
ରାଜଧାନୀ ଚିତା
ଗାଁଉଲି କଲରାପତୁରିଆ
ମହାବଳ ସାମନା ପଟୁ କୁଦାମାରେ ମୋତେ
ସାମନା ଦାନ୍ତରେ ଝୁଣିବାକୁ ମୋର
କଅଁଳ ମାଂସ ଓ ଉଷୁମ୍ ରକ୍ତ
ଏଇ ଲୋୟର ପି.ଏମ୍.ଜିର ରାସ୍ତାକଡ ସାରା ବାଘ
ସଚିବାଳୟର ବାଘ..
ନଅତାଲାର ବାଘ..
ଚିତା ମୋତେ ପଛପଟୁ ପନଝା୍ ମାରେ
ଧିରେ ଧିରେ ତଣ୍ଟିରୁ ରକ୍ତ ଶୋଷେ
ସବୁ ଅଫିସ ଟେବୁଲରେ ଚିତା
କଲମର ମୁନ ତାର ନଖ
କାଗଜରେ ତିଆରି ଚିତାବାଘର ଦାନ୍ତ
ଆମ ଗାଁରେ ବି ବାଘ
କଲରାପତୁରିଆ କୁଜିବାଘ
ବାସି ରକ୍ତ ଜୁଡୁବୁଡୁ ମଲାମାଂସ ତାର ପ୍ରିୟ
ଗାଁ କ୍ଲବ...ଛକ...ସ୍କୁଲ..ଦେବାଳୟ
ଜେଲଖାନା..ପାଇଖାନା...ଡାକ୍ତରଖାନା..
ସବୁଆଡେ ବାଘର ପଦଚିହ୍ନ ଆଉ ଉପସ୍ଥିତି
ଏବେ ଏବେ ଜୀବନକୁ ଡର ଲାଗେ
ଜୀବନରେ ସ୍ବପ୍ନସବୁ ନିରୁ୍ଦ୍ଧିଷ୍ଟ
କାରଣ ସ୍ବପ୍ନରେ ବି ବାଘସବୁ ତତପର
ଖାଦ୍ୟ ଯୋଗାଡରେ...
ସେ ବାଘ କଂକ୍ରିଟ ଜଂଗଲର
ମୁଁ ସରଳ ଶାକାହାରୀ
ବାଘବସାରେ ମୋ ଘର ।
ଦୀପକ କୁମାର ସ୍ବାଇଁ
ଜଂଗଲ ଓ ପରିବେଶ ବିଭାଗ,କେଦୁଂଝର୍
