STORYMIRROR

Satya Sundar Das

Others

3  

Satya Sundar Das

Others

ଅପେକ୍ଷା

ଅପେକ୍ଷା

1 min
13.4K


II ଅପେକ୍ଷା II
 
ରକ୍ତର ହୋଲି ଖେଳି ଖେଳି
ତୁମେ ଦିନେ ତ ଥକି ଯିବ !!
ଗଦା ଗଦା ଶବର ପାହାଡ଼ ଭିତରେ 
ଦିନେ ତ ଝୁଣ୍ଟି ପଡିବ !
ତଥାପି କାହିଁକି ଏତେ ଅହଂକାର
ଭୁଲି ଯାଉଛ କି?
ରାବଣର ସ୍ଵର୍ଣ୍ଣ ଲଙ୍କା 
ସଦାମର ରାଜ ଉଆସ
ଆଉ ଅବା ଓସମାର ବଙ୍କର 
ଦିନେ ସବୁତ ହେଲା ଛାରଖାର !!
 
ହେ ଅଧର୍ମର ସୌଦାଗର
କାହିଁ କେତେ ଦିନୁ ଶାନ୍ତିର କପୋତ ଟିକୁ
କରିଛ ବନ୍ଦୁକ ମୂନର ଶୀକାର
ଧର୍ମ ନାଁରେ ବିଷ ମଞ୍ଜି ବିକି
ଆଉ କେତେ କରିବ ବେପାର !
 
ହେ ପରମେଶ୍ୱର!!
ସେମାନଙ୍କୁ କ୍ଷମା କର ବା ନ କର
ଆମକୁ କିନ୍ତୁ  ନୂଆ ପୃଥିବୀଟେ ଦିଅ
ଯେଉଁଠି ନଥିବ ହିଂସା ଓ ବିଭେଦର ସ୍ୱର  !!
 
 
ସତ୍ୟ ସୁନ୍ଦର ଦାସ
ଅନୁଗୋଳ


Rate this content
Log in