STORYMIRROR

Kakali Mohapatra

Others

3  

Kakali Mohapatra

Others

ଅପେକ୍ଷା ତୁମକୁ

ଅପେକ୍ଷା ତୁମକୁ

1 min
231


ଭୁଲିଗଲ କାହିଁ ତୁମେ ମୋ ପ୍ରେମକୁ,

କି ଦୋଷ କରିଲି ମୁଁହି।

ମୋ ହାତ ଛାଡିକି ଧରିନେଲ ତୁମେ,

ଅଜଣା ହାତଟେ କାହିଁ।

ଯେତେସବୁ କଥା ଦେଇଥିଲ ମୋତେ,

କ୍ଷଣିକ ରେ ଭୁଲିଗଲ।

ଦୋଷ ନଥାଇ ବି ସମସ୍ତଙ୍କ ଆଗେ,

ଦୋଷୀ ମୋତେ କରିଦେଲ।

ନିଃସ୍ଵାର୍ଥୀ ଭାବରେ ଭଲପାଉଥିଲି,

ସ୍ଵାର୍ଥପର ବନେଇଲ।

ଯନ୍ତ୍ରଣା ରେ ଯର୍ଯରିତ ହେଇ ମନ,

ଅବୁଝା ହେଉଛି ଧନ।

ଅପେକ୍ଷା କରିଛି ଫେରିଆସ ତୁମେ,

ହେଇକି ପରିବର୍ତ୍ତନ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍