STORYMIRROR

Pravati Jena

Others

3  

Pravati Jena

Others

ଅପାସରା

ଅପାସରା

1 min
13.9K


ଯେ ଦିନ ଭରିଲ କବରିରେ ମୋର

ତୁମ ଛୁଆଁ ପ୍ରୀତି ଫୁଲ

ସେଦିନୁ ସାଇତି ରଖିଛି ପରଶ

ଦେଇ ନପାରେ ତା ମୂଲ।

ତାରାଠୁ ଚାନ୍ଦିନୀ ମାଟି ଠାରୁ ପାଦ

ଜାଣେନି ମୁଁ କେତେ ଦୂର

ହାତ ବଢେଇଲେ ପାଉନାହିଁ ଆଜି

କାହିଁ ଅଛ ସାଥୀ ମୋର ।

ଅଗୋ ମୋ ସାଗର ନଦୀ ମୁଁ ତୁମର

ପଶେ ମୋ ଅସନା ଥରେ

ନିଛାଟିଆ ଲାଗେ ଏ ରାତି ଏ ବେଳା

ତୁମ ସ୍ମୃତି ମନେପଡେ.....।

ସୁନୀଳ ଆକାଶ ଫିକା ଫିକା ଆଜି

କିଛି ବି ଲାଗେନା ଭଲ ।

ଚଢେଇଗାଁ, କୋର୍ତଲ

ଜଗତସିଂହପୁର

ମୋ 7381772317


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Pravati Jena