STORYMIRROR

Anshuman Biswal

Others

3  

Anshuman Biswal

Others

ଅନୁତାପ

ଅନୁତାପ

1 min
13.9K


ବୈଶାଖର କ୍ରୃର ହସ

ତମାମ୍ ଖରାର ରାଜୁତି।

ଠିକ୍ ଏତିକି ବେଳେ

ଝାଞ୍ଜି ପବନଟା ଧକ୍କା ଦିଏ

ବନ୍ଦ କବାଟ ସହିତ,

ମୋତେ

ଡ଼ର ଲାଗେ ।

ଦେବ ଆଘାତ

ଆଖି ଛଳକିବ

ଲୁହରେ ଭିଜେଇବାକୁ

ମାଗିବନି

ବେଶି ସମୟ

ମାତ୍ର କିଛି ପ୍ରଶ୍ନ।

କାହିଁକି?

ସେ ପଚାରି ବୁଝିବ

ମୋ ପ୍ରେମ

ସହ କିଛି

ଅହେତୁକ ସମ୍ପର୍କରେ ଥିବା ଚରିତ୍ରର।

ଖୋଜି ବସିବ,

ସେ ସବୁ ସ୍ମୃତିର ଅଡ଼଼ୁ଼ଆ ଖିଅ।

ସେ ପ୍ରତ୍ୟୁତ୍ତର

ଅପେକ୍ଷାରେ

ବଦଳିଥିବ

ସମୟ ସହ ମଣିଷଟିଏ

ପାଲଟିଯାଇଥିବି

ଭଗ୍ନ ପଥର

ଶକ୍ତ ଆଘାତରେ।

ବନ୍ଧପଡା,

ରାଜନଗର,କେନ୍ଦ୍ରାପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anshuman Biswal