STORYMIRROR

Minakshi Samal

Others

3  

Minakshi Samal

Others

ଅନ୍ତର ବେଦନା

ଅନ୍ତର ବେଦନା

1 min
1.0K



ଅନ୍ତର ବେଦନା ଅଟଇ ଅବ୍ୟକ୍ତ

ହୃଦୟ କନ୍ଦରେ ଥାଏ

ମନ କହେ ତାକୁ ମୁକ୍ତି ଦେବାପାଇଁ

ଓଠ ତାଲା ଦେଇ ଦିଏ।


ଦିକି ଦିକି ହୋଇ ଜଳୁଥାଏ ସଦା

ସେ ବେଦନା ଅହର୍ନିଶୀ

ଜଳାଇ ଜଳାଇ ଦୁଃଖ ଦେଇଥାଏ

କନ୍ଦାଇ ପାଏ ସେ ଖୁସି।


କହିଦେଲେ ଥରେ ମନଟା ହାଲକା

ହୋଇଯା'ନ୍ତା ମନେହୁଏ

ସାତତାଳ ପଙ୍କେ ରହିଛି ଫରୁଆ

ତାକୁ ଯେ ଖୋଲିବ କିଏ?


ହୋଇଯାଏ ଶେଷେ ଚିର ସହଚରୀ

ଅବିଛେଦ୍ୟ ଅଙ୍ଗ ପରି

କେମିତି ବର୍ଜିବି ବେଦନାକୁ ମୋର

ରକତେ ବହେ ମୋହରି।


*** ମିନାକ୍ଷୀ ସାମଲ ***

minusamal1969@gmail.com

7980250037


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍