STORYMIRROR

Ghanashyam Mahanta

Others

3  

Ghanashyam Mahanta

Others

ଅନ୍ଧ ମଣିଷ

ଅନ୍ଧ ମଣିଷ

1 min
179

ସବୁ ପ୍ରଲୋଭନ ପଛରେ

ଆତ୍ମଗୋପନ କରିଥାଏ

ଗୋଟାଏ ଅମୋଘ ଅସ୍ତ୍ର

ଯେମିତି ଜାଲ ବିଛେଇ ଦେଇ

ଅଜଣା ଶିକାରୀ ବୁଣି ଦେଇଥାଏ

ପ୍ରଲୋଭନର ଶସ୍ୟକଣିକା

ପାଣିରେ ଭାସୁଥିବା ଜିଆ ଭିତରେ

ଲୁଚି ରହିଥାଏ ବଂଶୀ କଣ୍ଟା

ଖାଉନ୍ଦ ପାଖରେ ଖାଇପିଇ

ବଢୁଥିବା ଛେଳିଛୁଆ ପାଇଁ

ଅପେକ୍ଷା କରିଥାଏ

କଂସେଇର କଟୁରୀ ।

ସମସ୍ତେ ବୁଝନ୍ତି ଏକଥା

କିନ୍ତୁ,

ଲୋଭର ଫାନ୍ଦରେ ମଣିଷ

ଭୁଲିସାରିଥାଏ

ବୁଦା ଇହାଡରେ ଲୁଚିଥିବା ବାଘର ହେଣ୍ଟାଳ

ଜୀବନର ଶେଷବାଟ

ଗାଁ ମୁଣ୍ଡ ମଶାଣିର କୋଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ghanashyam Mahanta