ଅଲୋଡା ଜୀବନ
ଅଲୋଡା ଜୀବନ
1 min
4.7K
ଅଲୋଡା ଜୀବନ
ଜୀବନର ଏ ଚଲା ବାଟରେ,
ଚାଲୁ ଚାଲୁ କେତେବେଳେ ମୁଁତ ।
ପଡିଗଲି ମରୁଭୁମି ସେ ଚୋରା ବାଲିରେ,
ପାଇଲିନି ସାହାଯ୍ୟର ହାତ ॥
କୁହନ୍ତି ସଭିଏଁ କରିଯାଅ ,
ଅବିଶ୍ରାନ୍ତେ କର୍ତ୍ତବ୍ୟ ନିଜର ।
ଆଶା ରଖ ନାହିଁ କେବେ ମିଳେ କିବା ଫଳ ,
ଲାଗେ ମୋତେ ମୁଁ ଏକ ନିଷ୍କର ॥
ବେଳେବେଳେ ଲାଗେ ଦୁଃଖ ପୁଣି ,
ଧର୍ଯ୍ୟ ଧରି ଚାଲେ ପଡି ଉଠି ।
ସାହସକୁ ମଜବୁତ କରେ ଜାଣି ଜାଣି ,
ନିୟତିର ଖାଇ ଲମ୍ବା ଲାଠି ॥
ବେଳେବେଳେ ଭାବେ ପୁଣି ,
ଗଲି ହାରି ଜୀବନ ସଂଗ୍ରାମେ ।
ଆପଣାର ହୋଇଗଲେ ପର ଯେ କାହିଁକି ,
ରହିଲାକି ଭୁଲ ମୋର କାମେ ॥
ସମୀକ୍ଷା କରେ ନିଜକୁ ,
ଏକାନ୍ତରେ ବସି ଦିନେ ଦିନେ ।
ପାଏନା ମୁଁ ଖୋଜି ଖୋଜି ଅଡୁଆ ଖିଅକୁ ,
ମନ ମୋର ତଥାପି ନମାନେ ॥
