Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

D.K. media

Others

4  

D.K. media

Others

ଅଜଣା ପ୍ରେମିକା

ଅଜଣା ପ୍ରେମିକା

1 min
359



ଖୋଜିବୁଲୁଥିଲି   ମନ ଅଗଣାରେ

    ମନର ସେହି ମଣିଷ

ଅଜଣା ବାଟରେ   ଦେଖାହେଲା ସିଏ

    ନାହିଁ ତାର ପରିଚୟ ।


ଆପଣାର ଭାବି  କରିଲି ନିଜର

    ଦେଲି ତା ଉଠେ ହସ

ସୁଖ ଦୁଃଖରେ ମୁଁ   ଭାଗିଦାର ହେଲି

    ଜାଣେନା କଣ ସେ କଷ୍ଟ ।


ଦିନପରେ ଦିନ   ବିତିଯାଏ କେତେ

     ସମ୍ପର୍କ ହେଲା କଠିନ

କ୍ଷଣେ ମାତ୍ର ତାକୁ  ନଦେଖିଲେ 

     ବିଚଲିତ ହୁଏ ମନ।


ଆଖି ଆଗରେ   ଝଲସିଉଠେ କେତେ

    ତା ମୁରୁକି ମୁରୁକି ହସ

ସତେ ଯେମିତି   ଭଅଁର ଟା ଖୋଜେ

    ମଲି ଫୁଲର ମହକ।‌


ହୃଦୟରେ ତାକୁ   ସ୍ଥାନ ମୁଁ ଦେଇଛି

     ପାରିବିନି ତାକୁ ଭୁଲି

ଜାଣିଛି ସେ ମୋ   ନିଜର ହେବନି

    ସତରେ ମୁଁ ହାରିଜିବି।


ଭାରି କଷ୍ଟ ହୁଏ   ଭାବିଲେ ଏ ସବୁ

     ଆଖିପିଉଥାଏ ଲୁହ

ସତରେ କଣ    ଅଜଣା ପ୍ରେମିକା 

  ଅଜଣା ରେ ରହିଥିବ‌।


Rate this content
Log in