ଅଜଣା ପ୍ରେମିକା
ଅଜଣା ପ୍ରେମିକା
1 min
355
ଖୋଜିବୁଲୁଥିଲି ମନ ଅଗଣାରେ
ମନର ସେହି ମଣିଷ
ଅଜଣା ବାଟରେ ଦେଖାହେଲା ସିଏ
ନାହିଁ ତାର ପରିଚୟ ।
ଆପଣାର ଭାବି କରିଲି ନିଜର
ଦେଲି ତା ଉଠେ ହସ
ସୁଖ ଦୁଃଖରେ ମୁଁ ଭାଗିଦାର ହେଲି
ଜାଣେନା କଣ ସେ କଷ୍ଟ ।
ଦିନପରେ ଦିନ ବିତିଯାଏ କେତେ
ସମ୍ପର୍କ ହେଲା କଠିନ
କ୍ଷଣେ ମାତ୍ର ତାକୁ ନଦେଖିଲେ
ବିଚଲିତ ହୁଏ ମନ।
ଆଖି ଆଗରେ ଝଲସିଉଠେ କେତେ
ତା ମୁରୁକି ମୁରୁକି ହସ
ସତେ ଯେମିତି ଭଅଁର ଟା ଖୋଜେ
ମଲି ଫୁଲର ମହକ।
ହୃଦୟରେ ତାକୁ ସ୍ଥାନ ମୁଁ ଦେଇଛି
ପାରିବିନି ତାକୁ ଭୁଲି
ଜାଣିଛି ସେ ମୋ ନିଜର ହେବନି
ସତରେ ମୁଁ ହାରିଜିବି।
ଭାରି କଷ୍ଟ ହୁଏ ଭାବିଲେ ଏ ସବୁ
ଆଖିପିଉଥାଏ ଲୁହ
ସତରେ କଣ ଅଜଣା ପ୍ରେମିକା
ଅଜଣା ରେ ରହିଥିବ।
