ଅଢେଇ ଅକ୍ଷର ପ୍ରେମ
ଅଢେଇ ଅକ୍ଷର ପ୍ରେମ
1 min
176
ପ୍ରେମ ବୋଲି ଏହି ଅଢେଇ ଅକ୍ଷର
ଶୁଣିବାକୁ ଲାଗେ ଛୋଟ
କେତେ ଯେ ବିଶାଳ କେତେ ଯେ ଅନନ୍ତ
ପ୍ରକାଶ ଟା କଷ୍ଟ ସାଧ୍ୟ।
ପ୍ରେମ ଅଟେ ସତ୍ୟ ପ୍ରେମ ଯେ ଶାଶ୍ୱତ
ପ୍ରେମ ଅଟେ ଚିର ବ୍ୟାପ୍ତ
ପ୍ରେମ ଅଟେ ଶିବ,ପ୍ରେମ ହିଁ ସୁନ୍ଦର
ପ୍ରେମ ହିଁ ଜୀବନ ମନ୍ତ୍ର।
ପ୍ରେମ ଗଭୀରତା ମାପି କି ହେବ ଯେ
ଏ ତ ଇଶ୍ୱରଙ୍କ ଦେୟ।
