STORYMIRROR

Chinmayee Chhatoi

Others

3  

Chinmayee Chhatoi

Others

ଅଢେଇ ଅକ୍ଷର ପ୍ରେମ

ଅଢେଇ ଅକ୍ଷର ପ୍ରେମ

1 min
183

ପ୍ରେମ ବୋଲି ଏହି ଅଢେଇ ଅକ୍ଷର

           ଶୁଣିବାକୁ ଲାଗେ ଛୋଟ

କେତେ ଯେ ବିଶାଳ କେତେ ଯେ ଅନନ୍ତ

           ପ୍ରକାଶ ଟା କଷ୍ଟ ସାଧ୍ୟ।


ପ୍ରେମ ଅଟେ ସତ୍ୟ ପ୍ରେମ ଯେ ଶାଶ୍ୱତ

           ପ୍ରେମ ଅଟେ ଚିର ବ୍ୟାପ୍ତ

ପ୍ରେମ ଅଟେ ଶିବ,ପ୍ରେମ ହିଁ ସୁନ୍ଦର

            ପ୍ରେମ ହିଁ ଜୀବନ ମନ୍ତ୍ର।


ପ୍ରେମ ଗଭୀରତା ମାପି କି ହେବ ଯେ

            ଏ ତ ଇଶ୍ୱରଙ୍କ ଦେୟ। 

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍