STORYMIRROR

Alekha Chandra Behera

Others

3  

Alekha Chandra Behera

Others

ଅବୋଧ କାହାଣୀ

ଅବୋଧ କାହାଣୀ

1 min
136

କିଏ କହେ ତୁମେ କଳଙ୍କର ଜ୍ୟୋତ୍ସ୍ନା ! କିଏ କହେ ତୁମେ ଚାନ୍ଦ ! 

କିଏ ଜଳି ଜଳି ଚାହିଁଛି ତୁମକୁ ! କିଏ ପାଏ ପ୍ରେମାନନ୍ଦ !


କୁହ ହେ ରୂପସୀ ! ଗୋପନ କାହାଣୀ 

କିଏ ରାଜପୁତ୍ର ! କିଏ ଏଠି ରାଣି !

କିଏ ଲେଖେ ଏଠି ଜୀବନ ଗାହାଣୀ !

କାହିଁକି କନ୍ଦାଏ ନୀରବ ଚାହାଣି ?

କିଏ ସେ ଗଳ୍ପ ଲେଖକ !

କାହା ପ୍ରିୟା କିଏ , କିଏ ସେ ପ୍ରେମିକ 

କିସ ଏଠି ସ୍ୱପ୍ନ , କିଏ ସେ ବଣିକ 

କେମିତି ଏ ପ୍ରେମ କାହିଁକି ଏ ଦୁଖ ?

କେଉଁ ଯୁଗର ଏ କାହାର ସେ ଗପ ? ,

ଘାରି ଘାରି ଖୋଜେ ମୋକ୍ଷ !! 


ପ୍ରୀତି ରାଇଜର କଳ୍ପତରୁ ତଳେ

ପ୍ରକୃତି ଛାତିରେ ଭାବନାର କୁଳେ ,

ପ୍ରେମ ଯାହା ନାମ ଲେଖେ ହୃଦସ୍ଥଳେ ,

ପ୍ରତିମୁହୂର୍ତରେ ମିଳନ ବିକଳେ , ଅଶୃଢାଳେ ଆତ୍ମା ଦୁଇ !

ପ୍ରେମ ସାଜେ ରାଜା ରାଣୀ ତା ବିରହ 

ପ୍ରୀୟା ଶବ୍ଦ ହେଲେ , ପ୍ରେମିକ ହୃଦୟ 

ପରାକାଷ୍ଠା ଯେବେ ଦିଏ ପରାଜୟ 

ପ୍ରସଙ୍ଗ ହରାଏ ଯେବେ ପରିଚୟ , ଇତିହାସେ ଲୁଚେ ଯାଇ !




Rate this content
Log in

More oriya poem from Alekha Chandra Behera