ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
1 min
220
ବାଲିଘର ମୋ ସାଉଁଟା ସପନ
ବେଳାଭୂମିରେ ଫିକା ପାଦଚିହ୍ନ ।।
ଗୋଧୂଳି ସମୟର ଗାଁ ଦାଣ୍ଡଧୂଳି
ମିଠା ପାନ ସାଙ୍ଗରେ ଗାଁ ରଜଦୋଳି ।।
ଜେଜେମା'ର ଅସରନ୍ତି ବୁଢ଼ୀ ଅସୁରୁଣୀ ଗପ
ପ୍ରିୟା ସହ ପ୍ରଣୟର ମିଠା ମୁହୂର୍ତ୍ତ ।।
ମୋ ବୋଉ ପଣତ ଛାଇ
ଅଦେଖା ଅଫେରା ନଈ ।।
ବାପାଙ୍କ ସ୍ନେହବୋଳା ଡାକ
ଝରକାର ସରୁଫାଙ୍କରେ ସୂର୍ଯ୍ୟାଲୋକ ।।
ପାହାନ୍ତିଆ କଅଁଳ ନିଦ
ସକାଳର ଅସଜଡ଼ା ଶେଯ ।।
କେବେ ଚିହ୍ନା କେବେ ଅଚିହ୍ନା
ମନର ବିରହ ବେଦନା ।।
ଖୁସି ଓ ହସର ସମ୍ଭାର
ଭୁଲା ଅଭୁଲା ସ୍ମୃତିର ଗନ୍ତାଘର ।।
- ଶୁଚିସ୍ମିତା ନାୟକ
