STORYMIRROR

Kiran Nayak

Others

4  

Kiran Nayak

Others

ଅଭିମାନୀ ଦାଦନ

ଅଭିମାନୀ ଦାଦନ

1 min
23.8K

ହେ ଇଶ୍ୱର କଣ ଯେ ଦୋଷ ମାହୋର

ସବୁତ ତୁମରି ଦାନ 

ଏ ଚାଖଣ୍ଡକ ପେଟ 

ଅବା ଏ ହନ୍ତସନ୍ତ ଜୀବନ 


ତଥାପି କାହିଁକି ତୁମେ ନିଷ୍ଠୁର 

ଦେଇଛ ପେଟରେ ଭୋକ 

ହେଲେ ପାଉନାହିଁ ମୁଁ ଯେ ଭେକ 

ବୋଧେ ଅନ୍ତହୀନ ଏହି ଦୁଃଖ 


ମାଙ୍କୁ ଛାଡି ମୋ ମାଟି କୁ ଭୁଲି 

ଯାଇଥିଲି କେତେ କୋଷ 

ଦାଦନ ନାମରେ ନାମିତ କଲୁ ଯେ 

ହୋଇଗଲା କେଉଁ ଦୋଷ 


ଫେରୁଛି ପୁଣି ମୁଁ ମୋ ମା ପାଖକୁ 

ମାଇଲି ମାଇଲି ଚାଲି 

ପଦେ ପଡ଼ିଲାଣି ଜାଲି 

ତଥାପି ଅଜଣା ଆସନ୍ତା କାଲି 


ତଥାପି ରଖିଛି ତୋରି ଉପରେ ବିଶ୍ୱାସ 

ଦେଇଅଛୁ ଯେଉଁ ଟିକକ ନିଶ୍ୱାସ 

ଅସହ୍ୟ ହେଲାଣି କଷ୍ଟ ଓ କଟାକ୍ଷ 

ଫେରାଇ ନିଅ ତୁ ତୋ ଦାନର ଆୟୁଷ.. !


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍