ଆସନ୍ତା କାଲି
ଆସନ୍ତା କାଲି
1 min
57
ମୁଁ କଣ ଜାଣିଚି ତାକୁ
କେମିତି ଜାଣିବି
ମୁଁ କଣ ଜ୍ୟୋତିଷ !!
ତଥାପି ଡରେନି କି ପ୍ରଗଲ୍ଭ ହୁଏନି
ତାକୁ ଭେଟିବାକୁ
ତା ସହ କପେ ଚା' ପିଇବାକୁ
ସତରେ ତା' ପାଇଁ ରାତିଟା ଭାରି ସୁଖରେ କଟେ
ଆଜିର ଅବସାଦକୁ ଆସ୍ତେ ଆସ୍ତେ ଭୁଲି
ମୋ ଆଖି ପତା ଦି'ଟା ମଡ଼େଇ ପଡ଼େ
ସମସ୍ତଙ୍କ ଅଲକ୍ଷରେ, ମୁଁ ସୁସ୍ତିରେ ଶୋଇ ପଡ଼େ
କାଲିର ସ୍ଵପ୍ନ ଦେଖିବାରେ ।
କାଲିଟା ଖୁବ୍ ସୁନ୍ଦର ମନେ ହେଉଥାଏ
ରାତିର ଅନ୍ଧକାରରେ,
ସେ ଆସନ୍ତା, ସେ ଅପରିଚିତ, ସେ ଅଜ୍ଞାତ
ଏଣୁ ମୋ ମନରେ ଗୋଟେ ଅଜଣା ସୁଖ
କଡ଼ ଲେଉଟଉଥାଏ
ସୂର୍ଯ୍ୟୋଦୟ ସହ ସେ ଝଟକିବ କାଲି
ମଜା କଥା ହେଲା ମୁଁ ତାକୁ କାଲି ଆଉ
କାଲି ବୋଲି ନ କହି ଆଜି ବୋଲି ସମ୍ବୋଧିବି
ହେ ଭଗବାନ! ମୋତେ ଭାରି ଖୁସି ଲାଗୁଚି
ମୁଁ ତାକୁ ଭେଟିବା ଲାଗି ଅପେକ୍ଷାରେ
ଦିନ କାଟୁଚି ।
