Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Namita Manohari

Others

4.2  

Namita Manohari

Others

ଆଶାରେ ନିରାଶା

ଆଶାରେ ନିରାଶା

1 min
364


ଘନ ତିମିରର 

  ବୁକୁ ଚିରି ଦେଇ 

    ଆଶାର କିରଣ ରଶ୍ମୀ !

ଆକାଶର କୋଳେ 

  ତାରକାଙ୍କ ମେଳେ 

    ହସୁଚି ଶରଦ ଶଶୀ !


ନାନା ବାୟା ଗୀତ 

  ଶୁଣି ଶୋଇଯାଏ 

    ଅଝଟ ମୋର ଧନଟି !

ରାତ୍ରି ନିସ୍ତବ୍ଧତା 

  ବଢ଼େ ଉଚ୍ଚାଟତା 

    ଅନାୟାସେ ଯାଏ ଲୋଟି !


ସ୍ବପନେ ମଗନ 

  ହସେ ଘନ ଘନ 

    ଅବଚେତନ ସେ ମନ !

ଅଭିଳଷିତ ସେ 

  ଅନ୍ତରର ତୃଷ୍ଣା 

    ମେଣ୍ଟେ ନାହିଁ କରି ପାନ !


ପ୍ରାପ୍ତିରେ ଅପ୍ରାପ୍ତି 

  କ୍ଷଣିକର ତୃପ୍ତି 

    ଅବ୍ୟକ୍ତ ମନର ଆଶା !

ଫୁଲ ଫୁଟିଯାଏ 

  ମହକ ନ ଥାଏ 

    ଆଶାରେ ଭରି ନିରାଶା !


ଲିଭି ଲିଭି ଆସେ 

  ସ୍ୱପ୍ନର ସଳିତା 

   ଦିକି ଦିକି ହୋଇ ଜଳେ !

ଶୂନ୍ୟତାକୁ ଖାଲି 

   ଜାବୁଡି ଧରିଲେ 

    ଅଶାନ୍ତ ବହ୍ନି କୁହୁଳେ l


Rate this content
Log in