Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manas Panda

Others

3.0  

Manas Panda

Others

ଆଶା

ଆଶା

1 min
14K


ଆଶା

ଆଶା ଏକ ଜହ୍ନରାତି

ଅଶିଣର ଭରା ଧାନକ୍ଷେତ,

ଆଶା ଏକ ନୀଳପକ୍ଷୀ

ସପନରେ ମିଠାମିଠା ଗୀତ ।

 

ଆଶା ଏକ ଲମ୍ୱା ପଥ

ନାହିଁ ଯାର ଅନ୍ତିମ ଦୀଗନ୍ତ,

ଆଶା ଏକ ସୁଶୋଭନ ତରୀ

ମଂଗେ ତାର ବିଶ୍ୱାସର ନେତ ।

 

ଆଶା ଏକ ମଧୁରାତି

ଉଡେ ଯହିଁ ପ୍ରିୟାର ପଣତ

ଆଶା ଏକ ଜଉମୁଦ ଚିଠି

ଖୋଲିଦେଲେ ବହିବ ବସନ୍ତ ।

 

ଆଶା ଏକ ପ୍ରଜାପତି

ଛୁଉଁ ଛୁଉଁ ଉଡିଯାଏ ସେ ତ

ଆଶା ଏକ ଜିଇଁବାର ନିଶା

ଭୁଲିସବୁ ଉଦାସୀ ଅତୀତ । 


Rate this content
Log in