STORYMIRROR

prince boy saheb

Others

2  

prince boy saheb

Others

ଆସ ମୋ ମାନିନୀ

ଆସ ମୋ ମାନିନୀ

1 min
13.5K


ଆସ ବଲ୍ଲଭା ପ୍ରୀତିସମ୍ଭବା ନୀଳ ଅମ୍ବରୁ ଝୁଲି,

ମିଥ୍ୟାଭିମାନ ହୃଦସ୍ପନ୍ଦନ ଔଦାସୀନ୍ୟ ଭୁଲି ।।

ସମ୍ପଦାଭରା କର ନିଶ୍ଚଳା ଅନ୍ତରୀକ୍ଷେ ଭାତି ,

ଅତି ଅତୁଲ୍ୟ ବାଦଲର ଦଳ ପକ୍ଷ ଦିଅ ହେ ପାତି।।

ଛିନ୍ନ ବଉଦ କ୍ଷୁର୍ଣ୍ଣ ବିଭବ ନିଦ୍ରା ଦେଇଛି ଭାଜି ,

ମନ କହେ ମୋର ଖୋଜ ସତ୍ୱର ନିଖୋଜ୍ ରତ୍ନ ରାଜି।।

ତୋଫାନ୍ ସାଜିବ ଦୁନ୍ଦୁଭି ଚବବଜ୍ର ବିସ୍ଫୋରକ ,

ସରିତ ସାଗର ସରସୀ କାସାର ଭରିବ ମନ୍ତ୍ରୋଦକ।

ଆସ ଧରାଧାମେ ଚଞ୍ଚଳ ଯୁଗଯୁଗାନ୍ତ ଦୈନ୍ୟପୂରିତ ନିରସ ଧରଣୀ

କରିଦିଅ ଆହେ ଉଚ୍ଛଳ।।

ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍