STORYMIRROR

Jayanti Jena

Others

2  

Jayanti Jena

Others

ଆରାଧନା

ଆରାଧନା

1 min
114


ତମେ ଓଲ୍ଲେହି ଆସ 'ତ

ଈଶ୍ୱରୀ ପରି ତମରି ସ୍ୱର୍ଗ ରୁ

ଆଂଜୁଳାଏ ଲୁହ ଲହୁ ଦେଇ

ଧୋଇଦେବି ତୁମ

ଅଳତା ବୋଳା ପଦାକୁ।


ସଜାଡି ରଖିଚି ତମ ପାଇଁ ମୁଁ

ଆବାହନରେ ହିଁ

ପବିତ୍ରିକରଣ ମନ୍ତ୍ର ସିଂଚନ

ସଞ୍ଚିତ ଜୀବନର ପୁଣ୍ୟତାକୁ

ବୋଳିଦେବି ଆପାଦ ମସ୍ତକ


ବାଂଛିତ କାମନା ବାସନାକୁ

ଅର୍ଘ୍ୟ ବାଢି ଦେବି

ହୃଦୟର ଅମୃତ ପାତ୍ରରେ

ବିବସନା ଥାଅ ଅବା ନଥାଅ

ସମ୍ଭୋଗର ବସ୍ତ୍ରରେ 

ସମର୍ପି ଦେବି ମୋ ଦେହ


 ବିସର୍ଜନରେ 

 ଆଃ..... 

ବୋଲି ସିତ୍କାର ର ମନ୍ତ୍ର

ପୁଣି ଲୋଡା ପଡିବ

ଆଗାମି ମୂହୁର୍ତ ମୂହୁର୍ତ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jayanti Jena