ଫୁଲ ଫଳ ବୃକ୍ଷେ ଧରିତ୍ରୀ ଗଗନେ
ସବୁଠି ତ ତମେ ବିଦ୍ୟମାନ
କାହିଁକି ଖୋଜିବି ମନ୍ଦିରର ମଧ୍ୟେ
ତୁମ ଅସ୍ତିତ୍ୱ ର ପ୍ରମାଣ
ଦୁଃଖି ଜନ ଦୁଃଖ ଦେଖି ଯା'ର ଆଖି
କଇଁକଇଁ କାନ୍ଦେ ବିକଳ ହୋଇ
ଗରିବର ଦୁଃଖ ଦେଖି ନପାରଇ
ଯାଉଥାଏ ଭରା ନଦୀକୁ ଡେଇଁ
ଦୁଃଖ ଯା'ର ଆଗେ ମଥାନତ କରେ
ଉତ୍କଳରମଣି ଅଟଇ ସେଇ
ଭାଇ
ମୋ ମଥା ପରର ଡହଡହ ଖରା ବେଳରେ
ଢାଙ୍କି ଦିଏ ଯିଏ ଛାଇ
ମୋ ଆଖିରୁ ଟୋପେ ଝରିଗଲେ ଲୁହ
ପାରେ ନାହିଁ ଜମା ସହି
ଉପରେ ଉପରେ ଯେତେ ରାଗ ରୁଷା
ବାହାରେ ବୁଲେ ସଦା ମୋ ଗୁଣ ଗାଇ
ସେ ତ ଜୀବନ ଠୁ ପ୍ରିୟ ମୋହରି ଭାଇ
ଦେଇଦେଲି ଆଜି
ହୃଦ ଇଲାକାରେ
ତୁମ ମୋ ପ୍ରେମକୁ ତ କବର
ତଥାପି କାହିଁକି
ଭୁଲି ପାରୁନାହିଁ
ମନେ ପଡ ତମେ ବାରବାର
ସବୁ ରକତର ର ସମ୍ପର୍କ ପରେ ଯେ
ଲାଗ ଇ ଅତି ନିଜର
ଯାହା ଆଗେ ସହଜେ ଖୋଲେ ମନ ବହି
ବନ୍ଧୁତା ଅଟେ ନାଁ ତା'ର
ମା,
ମା ତୋ ଦେହରେ ପଡିଥିବା ସୂତା କାନି ଖଣ୍ଡକ ଦୁନିଆର ସବୁଠୁ ଦାମିକା ଲୁଗା ପାଲଟି ଯାଏ।
ମୋ ଦେହର ମାଟି ପିଣ୍ଡ କୁ ଦେଇଛ ଆକୃତି
ତୁମେ ପରା କୁମ୍ଭାରର ଚକ ସାଜି
ନହେଲେ ତ କେବେଠୁ ଧୂଳି କଣିକାଟେ ହୋଇ
ଧରାପରେ ମୁହିଁ ଯାଇଥାନ୍ତି ହଜି
ଆସୁଯେତେ ଝଡ ଆସୁଯେତେ ଝଞ୍ଜା
ଆସୁଯେତେ ଦୁଃଖ ଘଡି
ପରିବାର ଯଦି ସାଥେ ଥାଏ ସଦା
କଣ୍ଟା ଲାଗେ ଫୁଲ କଢି ।