I'm Manorama and I love to read StoryMirror contents.
Share with friends
ଦୁଃଖି ଜନ ଦୁଃଖ ଦେଖି ଯା'ର ଆଖି କଇଁକଇଁ କାନ୍ଦେ ବିକଳ ହୋଇ ଗରିବର ଦୁଃଖ ଦେଖି ନପାରଇ ଯାଉଥାଏ ଭରା ନଦୀକୁ ଡେଇଁ ଦୁଃଖ ଯା'ର ଆଗେ ମଥାନତ କରେ ଉତ୍କଳରମଣି ଅଟଇ ସେଇ
ଭାଇ ମୋ ମଥା ପରର ଡହଡହ ଖରା ବେଳରେ ଢାଙ୍କି ଦିଏ ଯିଏ ଛାଇ ମୋ ଆଖିରୁ ଟୋପେ ଝରିଗଲେ ଲୁହ ପାରେ ନାହିଁ ଜମା ସହି ଉପରେ ଉପରେ ଯେତେ ରାଗ ରୁଷା ବାହାରେ ବୁଲେ ସଦା ମୋ ଗୁଣ ଗାଇ ସେ ତ ଜୀବନ ଠୁ ପ୍ରିୟ ମୋହରି ଭାଇ
ମୋ ଦେହର ମାଟି ପିଣ୍ଡ କୁ ଦେଇଛ ଆକୃତି ତୁମେ ପରା କୁମ୍ଭାରର ଚକ ସାଜି ନହେଲେ ତ କେବେଠୁ ଧୂଳି କଣିକାଟେ ହୋଇ ଧରାପରେ ମୁହିଁ ଯାଇଥାନ୍ତି ହଜି