Sita Nayak

78
ಪೋಸ್ಟ್\u200cಗಳು
2
ಅನುಯಾಯಿಗಳು
0
ಅನುಸರಿಸಲಾಗುತ್ತಿದೆ

କଲମର ଚଞ୍ଚଳତା✍️

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

ପରିଶ୍ରମ କୁହେ ସଫଳତା ଦେବି, ହେଲେ ଆଳସ୍ୟ କୁହେ ତୋତେ କିଛି କରିବାକୁ ପଡ଼ିବନି ମୁଁ ତୋତେ ଆନନ୍ଦ ଦେବି, ସଫଳତାର ରାସ୍ତା କଠିନ ଆଉ ଆଳସ୍ୟ ସାମୂହିକ ଆନନ୍ଦକୁ ଦିଏ ହେଲେ, ବର୍ତ୍ତମାନର କଠିନତା ଭବିଷ୍ୟତର ଚଲାପଥରେ ଫୁଲକୁ ବିଛାଇ ଦେଇ ଥାଏ।। ସୀତା ନାୟକ ।।କଲମର ଚଞ୍ଚଳତା।।

ସ୍ୱାର୍ଥପର ଦୁନିଆଁରେ ସଚ୍ଚୋଟତାକୁ ମଣିଷ ଭିତରେ ଖୋଜିବା ଆଜି କଷ୍ଟ ସାଧ୍ୟ ହେଲେ,ଆଭୂଷିତ ହୋଇଥିବା ମଣିଷଟି ପାଇବା ମଧ୍ୟ ସହଜ ନୁହେଁ। ସୀତା ନାୟକ ।।କଲମର ଚଞ୍ଚଳତା।।

ସ୍ପଷ୍ଟତା ତୁମ ଶବ୍ଦ ନ ହୋଇ ପାରେ ହେଲେ କର୍ମରେ ଅବହେଳା ତୁମକୁ ଅସ୍ପଷ୍ଟତାର ପରିଚୟ ହିଁ ନ ଦେଉ। ।।କଲମର ଚଞ୍ଚଳତା।। ସୀତା ନାୟକ

ସ୍ୱାଧୀନତା ହୁଏ ତ ଦେଶ ହୋଇଛି ହେଲେ ସମାନତାର ଅଧିକାର ଆଜିବି କୋଉଠି ହଜିଯାଇଛି ,ଆଉ ଉନ୍ମୃକ୍ତଭାବରେ ଉଡ଼ିବାର ସ୍ବପ୍ନ କୋଉଠି ନା କୋଉଠି ମଳିନ ପଡ଼ିଯାଇଛି ସବୁ କ୍ଷେତ୍ରରେ । ।।କଲମର ଚଞ୍ଚଳତା ✍️।। ସୀତା ନାୟକ

ସବୁ ପସନ୍ଦ ଜିନିଷ ନାପସନ୍ଦ କରିବା ଶିଖିଯାଅ ଆଉ ମିଳିଥିବା ଜିନିଷକୁ ଗ୍ରହଣ କରିବା, ତାହେଲେ ଦୁଃଖ ପାଖ ମାଡ଼ିବନି ଆଉ ହସ ସାଥ୍ ଛାଡ଼ିବନି।। By -Sita Nayak ।।କଲମର ଚଞ୍ଚଳତା ✍️।।

ସମର୍ଥନର ହାତ ସେତେବେଳେ ଆଗକୁ ବଢ଼ିଥାଏ ଯେତେବେଳେ କଥା ଅନ୍ୟାୟ ବିରୁଦ୍ଧରେ ଥାଏ ପଛେ ସେ ଜଣଙ୍କର ହେଉ କି ଶହେ । କଲମର ଚଞ୍ଚଳତା ✍️ ।।ସୀତା ନାୟକ ।।

ନ୍ୟାୟର ଲଢେ଼ଇ ଏଠି, ସେଠି ସବୁଠି ହେଲେ ନ୍ୟାୟର ନିକିତି ଆଜି ଯାଏଁ ଦୋହଲୁଛି ସେହି ବିଚାର ମଣ୍ଡଳର ଚାରି କାନ୍ଥରେ । ସୀତା ନାୟକ କଲମର ଚଞ୍ଚଳତା ✍️

ବାଲ୍ୟରୁ ଯୁବକ ଆଉ ଯୁବକରୁ ବୃଦ୍ଧ ବୟସର ପାହାଚରେ ଏଠି ସବୁ ଆଗକୁ ବଢ଼ି ଚାଲେ ହେଲେ, ଜୀବନ କି ଅବା ଏଠି ଚିର ସ୍ଥାୟୀ କୋଉଠି ଯେ ଖସି ଯିବ ଟଳମଳ ପାଦ ଆଉ ସବୁ ବୁଝିଲା ବେଳକୁ ସବୁ ଶେଷ ମଧ୍ୟ ହେଇ ସାରିଥିବ । ‼️କଲମର ଚଞ୍ଚଳତା ✍️‼️

ସେଦିନ ଅନ୍ଧାର ଆଲୁଅର ଖେଳ ଭିତରେ ଉଙ୍କି ମାରୁଥିବା ଜହ୍ନଟା ହଠାତ୍ ଲୁଚିଗଲା , ବାଦଲ ସିନା ଘଡ଼ିଏ ମୁହୂର୍ତ୍ତ ପାଇଁ ଆସିଥିଲା କିନ୍ତୁ, ଲାଜକୁଳୀ ଜହ୍ନଟା ପୁଣି ଆସି ଉଙ୍କି ମାରୁଥିଲା, ଠିକ୍ ସେତିକିବେଳେ ବର୍ଷାରାଣୀ ଇର୍ଷାର ଅଗ୍ନିରେ ଜଳି ସବୁକିଛି ଧୋଇ ସାରି ଥିଲା। By -Sita Nayak କଲମର ଚଞ୍ଚଳତା✍️


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್