POETRY OF BELABHUMI ତପନ ଦୀକ୍ଷିତ ପିତା :ଚୈତନ୍ୟ ଦୀକ୍ଷିତ /ମାତା : ତନୁଲତା ଦୀକ୍ଷିତ କାବ୍ୟିକ ନାମ : ବେଳାଭୂମି ଜନ୍ମ : 3.6.2064 ନାଶିକେଶ୍ୱର,କାକଟପୁର ପୁରୀ ଶିକ୍ଷା : ଖିଦିରପୁର ଓଡ଼ିଆ ହାଇ ସ୍କୁଲ (କଲିକତା )1981 ସ୍ନାତକ (ବାଣିଜ୍ୟ)1986 କଲିକତା ବିଶ୍ୱବିଦ୍ୟାଳୟ ଜୀବନର କିଛି ଅବିସ୍ମରଣୀୟ ମୁହୂର୍ତ : କାକଟପୁର ବାସିନୀ ସେଇ ମା... Read more
Share with friends
ହେ! ଚର୍ମ -ଚାରୁବାଳା ପ୍ରବଳେ ଅବଳା ଲୀଳା ତୋ ଅପରମ୍ପାର ଖେଳି ଖେଳାଉ ଯେଉଁଭାବେ ତୁହି ଜ୍ଞାନୀ ବା କେତେ ମାତର ? ।।ବେଳାଭୂମି
କେବେ ଯଦି ଆସୁ ଦେଖିଯିବୁ ଥରେ ଲିଭିଲା ମଶାଣି ଜୁଇ ଆଜି ବି କେମିତି ଚିତା ପାଉଁଶ ମୋ ତୋ ପାଇଁ ପଡିଛି ରହି, ନପୋଡି ପଡିଛି ଛାତି କଲିଜାଟା ଏବେବି ତୋ ବାଟଚାହିଁ କେବେ କୁହୁଳାରେ କେବେ ବାଉଳାରେ ତୋ ନାଁ ଜପୁଛି ଶୋଇ।। ତପନଦୀକ୍ଷିତ(ବେଳାଭୂମି) ନାସିକେଶ୍ଵର,କାକଟପୁର, ପୁରୀ
କଥା ଦେଇଥିଲ ମଥାକୁ ଛୁଇଁ ଯା' ବୋହୁଚୋରି ସେଇ ଖେଳଘରେ, କେମିତି ପାରିଲ ବଧୂବେଶ ହୋଇ ନାଲି ପାଟଶାଢ଼ୀ ଓଢ଼ଣାରେ।।ବେଳାଭୂମି
କଦମ୍ବ ଫୁଟିଲେ ସ୍ମୃତି ଲୋଟିପଡେ ଅଳସୀ ଶ୍ରାବଣ ଦେହେ ଋତୁ ସାରା ଲାଗେ ମେହେନ୍ଦି ମେହେନ୍ଦି ଅଳତା ଯେବେ ତୋ ଧୁଏ ।। ବେଳାଭୂମି
ପ୍ରଭୁ ! ଗଳାରେ ତୁଳସୀ ମୁଣ୍ଡେ ଵଇଷମୀ ତୁଣ୍ଡେ ଟିକେ ହରି କଥା, ସତ୍ୟଏକା ସେଇ ପୂଣ୍ୟ ସ୍ୱର୍ଗଦ୍ୱାର ଆଉ ସବୁ ଏଠି ମିଥ୍ୟା।। ବେଳାଭୂମି
ଚାଲିରେ ତୁମର ଚମ୍ପା ମହକେ ହସିଲେ କୃଷ୍ଣଚୂଡ଼ା ରୁଷିଲେ ମୌସୁମୀ ଝଞ୍ଜା ପରଷେ ସତେ! ବଇଶାଖୀ ଜୁଡ଼ା ।।ବେଳାଭୂମି (ଜୁଡ଼ା -ଖୋଷା)