I'm Kali and I love to read StoryMirror contents.
Share with friends
ହଜିଲା ଅତୀତ ମୋ ପୋତିହୋଇ ପଡ଼ିଛି କଂକ୍ରିଟ୍ ର କଠିନ ବନ୍ଧୁର ପ୍ରସ୍ତର ତଳେ ସେ ପ୍ରାନ୍ତର କଥା ମନେପକାଏ ନାହିଁ ମୋ ସଉକିନିଆ ଦାମିକିଆ ପାଦ ହଳେ ।।
ଖୋଜିବାର ଆଶା ନେଇ କାହିଁକି ମରୁର ଓଟ ସାଜିବି ନିଜ ରକ୍ତରେ ତୃଷ୍ଣା ମେଣ୍ଟାଇବି କାହିଁକି କସ୍ତୁରୀମୃଗ ସାଜିବି ନିଜ ବାସ୍ନାକୁ ନିଜେ ପରଖି ନ ପାରିବି ତେଣୁ ! ଅପସରି ଯିବି ସଭିଙ୍କ ଠାରୁ, ହଜିଯିବି ଅମାପ ପରିବ୍ୟାପ୍ତିରେ ଏକ ଦୀର୍ଘନିଶ୍ୱାସର କ୍ଷଣ ସ୍ଥାୟୀ ଅବର୍ଣ୍ଣନୀୟ ଅକଳ୍ପନୀୟ ଶାନ୍ତିରେ
ମୁଁ ଧୂମକେତୁ, ଧୂମ୍ରାଭ ମୋ ଦିଗନ୍ତ। ମୁଁ ପୃଥିବୀ ଚାହେଁନି । ମତେ ଆକାଶର ଅସୀମ ଅମାପ ପରିସୀମାରେ କେଉଁଠି ଏକ ଜାଗା ଦିଅ; ମୁଁ ରହିଯିବି । କାରଣ ପୃଥିବୀର ଲୋକମାନେ ମତେ ଘୃଣା କରନ୍ତି । ମୁଁ କାଳେ ଅଭିଶପ୍ତ, ଅଛୁଆଁ, ଅପବିତ୍ର, ଅସାମାଜିକ ।