ବିକ୍ଷିପ୍ତ ପଡ଼ିଥିବା ସ୍ମୃତିକୁ ସାଉଁଟୁ ସାଉଁଟୁ ଭଙ୍ଗା କାଚରେ ନିଜକୁ କ୍ଷତାକ୍ତ କରେଇ ଦେଲି
ହଜିଲା ଅତୀତ ମୋ ପୋତିହୋଇ ପଡ଼ିଛି
କଂକ୍ରିଟ୍ ର କଠିନ ବନ୍ଧୁର ପ୍ରସ୍ତର ତଳେ
ସେ ପ୍ରାନ୍ତର କଥା ମନେପକାଏ ନାହିଁ
ମୋ ସଉକିନିଆ ଦାମିକିଆ ପାଦ ହଳେ ।।
ଚନ୍ଦ୍ର କଳଙ୍କ ଏବେ
ମୋ ସାରା ଶରୀରକୁ
ଆଚ୍ଛାଦିତ କରି ସାରିଛି ।
ତେଣୁ ଅନ୍ଧକାର ହିଁ ଅନ୍ଧକାର
କ'ଣ ହେବ ସେ ସନ୍ତକ
କାହିଁକି ବା ରଖିବି ସ୍ମୃତି
ହୃଦୟର ବୋଝ କାହିଁକି ବଢ଼ିବ
ଖାଲି ସାଇତା ଯେ ତୁମ 'ଇତି'
ସେ କହିଲା, "Move On"
ମୁଁ ବୁଝିଲି, " Move Arround"
ବାଃ ! ବାଃରେ ପ୍ରେମ,
ତୁ ବି ନିଆରା ଆଉ ମୁଁ ବି
ମିଛ ଔପଚାରିକତାରେ ବୋଧେ ଆଚାରର ସ୍ୱାଦ ଅଛି ,
ନହେଲେ ଲୋକେ କାହିଁକି ତାକୁ ଅଧିକ ପସନ୍ଦ କରିଥାନ୍ତେ ।
ଖୋଜିବାର ଆଶା ନେଇ
କାହିଁକି ମରୁର ଓଟ ସାଜିବି
ନିଜ ରକ୍ତରେ ତୃଷ୍ଣା ମେଣ୍ଟାଇବି
କାହିଁକି କସ୍ତୁରୀମୃଗ ସାଜିବି
ନିଜ ବାସ୍ନାକୁ ନିଜେ
ପରଖି ନ ପାରିବି
ତେଣୁ !
ଅପସରି ଯିବି ସଭିଙ୍କ ଠାରୁ,
ହଜିଯିବି ଅମାପ ପରିବ୍ୟାପ୍ତିରେ
ଏକ ଦୀର୍ଘନିଶ୍ୱାସର କ୍ଷଣ ସ୍ଥାୟୀ
ଅବର୍ଣ୍ଣନୀୟ ଅକଳ୍ପନୀୟ ଶାନ୍ତିରେ
ମୁଁ ଧୂମକେତୁ, ଧୂମ୍ରାଭ ମୋ ଦିଗନ୍ତ। ମୁଁ ପୃଥିବୀ ଚାହେଁନି । ମତେ ଆକାଶର ଅସୀମ ଅମାପ ପରିସୀମାରେ କେଉଁଠି ଏକ ଜାଗା ଦିଅ; ମୁଁ ରହିଯିବି । କାରଣ ପୃଥିବୀର ଲୋକମାନେ ମତେ ଘୃଣା କରନ୍ତି । ମୁଁ କାଳେ ଅଭିଶପ୍ତ, ଅଛୁଆଁ, ଅପବିତ୍ର, ଅସାମାଜିକ ।