ସୁଖର ସାଥି ସମସ୍ତେ ହୋଇଥାନ୍ତି କିନ୍ତୁ ଦୁଃଖର ସାଥି କେବଳ ଖୁବକମ ବ୍ୟକ୍ତି ହୋଇଥାନ୍ତି ତେଣୁ ସେଭଳି ବନ୍ଧୁ ଖୋଜନ୍ତୁ ଯିଏ କେବଳ ଦୁଃଖର ସାଥି ।।
ସତ କହିବା ଖୁବ ଭଲ ଓ ମିଛ କହିବା ମହାପାପ କିନ୍ତୁ ଯେଉଁ ସତରେ ଅନ୍ୟ ମନରେ ଆଘାତ ଦିଏ ଓ ପର ଘର ଭାଙ୍ଗିବାର ସମ୍ଭାବନା ଥାଏ , ଏପରି ସତ କହିବା ଅନୁଚିତ । ବରଂ ସେଠାରେ ଚୁପ ରହିବ। ଠିକ୍ ।।
ବାପା ମାଙ୍କୁ ବଞ୍ଚିଥିବା ସମୟରେ ସେବା ନ କରି ମଲା ପରେ ହଜାରେ ଦାନ ପୁଣ୍ୟ କଲେ କିଛି ଲାଭ ନୁହେଁ । ବରଂ ବଞ୍ଚିଥିବା ସମୟ ରେ ଯଥ। ସମ୍ଭବ ସେବା କଲେ ଅବଶ୍ୟ ପୁଣ୍ୟ। ମିଳିପାରିବ ।।
ମଣିଷ କୁ ଭଲ ପାଇବା ହି ସବୁ ଠାରୁ ଉତ୍ତମ ଵିଚାର କାରଣ ମାନବ ସେବା ହିଁ ପ୍ରକୃତ ମାଧବ ସେବା ।ମନ୍ଦିରରେ ଦାନ ଦେବା ଅପେକ୍ଷା ଦୀନ ଦରିଦ୍ରଙ୍କୁ ସେବକରିବା ପ୍ରକୃତ ଧର୍ମ ।।
ଆମେ ଜୀବନରେ କେବେବି ନିଜର ଭୁଲ୍ ଦେଖିପାରିନ ଥାଉ କିନ୍ତୁ ଅନ୍ୟର ଦୋଷ ଦେଖିବାରେ ମ।ହିର ତେଣୁ ପାରୁଛ ଯଦି ଅନ୍ୟର ଭଲଗୁଣ ଦେଖିବାକୁ ଚେଷ୍ଟା କର ଓ ନିଜର ଭୁଲ୍ ଦେଖିବାକୁ ଚେଷ୍ଟା କର ଦେଖିବ ତୁମେ ନିଶ୍ଚୟ ଜଣେ ଭଲ ମଣିଷ ହୋଇଯିବ ।।
ମାଆ ସମୁଦ୍ର ଭଳି ମହାନହେଲେ ସମୁଦ୍ର ଭଳି ଅଶାନ୍ତ ନୁହେଁ ବରଂସେ କୂଅ ଭଳି ସ୍ଥିର ସମସ୍ତଙ୍କ ର୍ ସବୁ ଅବଶ୍ୟକତାବି ପୁରା କରିପାରେ । ତେଣୁ କେହି ମାର ମନକୁ କଷ୍ଟ ଦିଅନା, ନଚେତ ନିଯେ ହିଁ ପଶ୍ଚାତପ କରିବେ ।।
ମାଆ କଣ ତାକୁ ପଚାର ଯିଏ ତା ମା କୁ ହରେଇସାରିଛି,ସେ ହିଁ ଜାଣେ ମାଆ ର ମମତା ,ସ୍ନେହ ଓ ଭଲପାଇବା କାରଣ ଯାହା ଆମ ପାଖରେ ଥାଏ ତାହାର ମୂଲ୍ୟ ଆମେ ସେତେବେଳେ ଆମେ ଜାଣି ପାରିନାହିଁ । ତେଣୁ ସମସ୍ତେ ମାଆ ଙ୍କୁ ଭଲ ପାଅ ,ଥରେ ଚାଲିଗଲେ ଆଉ କେବେ ଫେରିବେନି ।।