ଲୋକ ଦିଅନ୍ତି ତାହା ଯାହା ତାଙ୍କ ମନ ଚାହେଁ, ତୁମ ପ୍ରାପ୍ୟ କିନ୍ତୁ କେହି ନ ଦିଏ ରହେ। ଯାହା ଲଭିବା ପାଇଁ ତୁମେ ଯୋଗ୍ୟ ହୁଅ, ତାହା ତ ନିଜ ହାତେ ନିଜେ ତୁମେ ଦିଅ।। Priyanka Panda
କରତାଳି ଧ୍ୱନି ସବୁ ଧୀରେ ସରିଯାଏ, ଦୀପମାଳା ଲିଭିଗଲେ ତମସା ଭରିଯାଏ। ରଙ୍ଗମଞ୍ଚର ରୀତି ଏହି ଚିରନ୍ତନ, ସମୟ ହିଁ ଦିଏ ଜୀବନର ଦର୍ଶନ।। Priyanak Panda
ସମ୍ପର୍କ ଛିଣ୍ଡିଲା ପରେ ସେ ପୂର୍ଣ୍ଣ ସତ୍ୟ କହେନା, ନିଜ ସ୍ୱାର୍ଥ ସାଧନେ ସେ ଅର୍ଦ୍ଧ ସତ୍ୟ ବାଣ୍ଟେ ସିନା। ଅର୍ଦ୍ଧ ସତ୍ୟ ମିଥ୍ୟାଠୁ ଅଧିକ ତୀବ୍ର ବିଷ ହୁଏ, ଯାହା ଶୁଣି ସଂସାର ତୁମକୁ ହିଁ ଦୋଷୀ କହେ।। ତା'ର ଛଳନା ଭରା ନିରୀହ ଚାହାଣୀ, ଆଉ ତୁମର ମୌନ ବ୍ରତର କାହାଣୀ। କ୍ଷଣିକ ବିଜୟ ତା'ର ହୁଏତ ହୁଏ, ଅର୍ଦ୍ଧ ସତ୍ୟ କିନ୍ତୁ ଚିରକାଳ ଲୁଚି ନ ରହେ।। Priyanka Panda
କେତେକ କ୍ଷଣ ଥାଆନ୍ତି ଅନ୍ତଃକରଣେ ଲିପିବଦ୍ଧ, କାଳର ରଜ ବି ଯାହାକୁ ସ୍ପର୍ଶ କରିପାରେନା। ବିସ୍ମରଣ କରିବାକୁ ଚାହିଁଲେ ବି ପୁନଃ ଫେରନ୍ତି ସେ, କାରଣ ସେଗୁଡ଼ିକ ହିଁ ଜୀବନର ଶାଶ୍ୱତ ରେଖା।। Priyanka Panda
କେତେକ ମୁହୂର୍ତ୍ତ ଥାଆନ୍ତି ଆତ୍ମାରେ ଲେଖା, ସମୟର ଧୂଳି ବି ଯାହାକୁ ଛୁଇଁ ପାରେନା। ଭୁଲିବାକୁ ଚାହିଁଲେ ବି ଫେରି ଆସନ୍ତି ସେ, କାରଣ ସେଗୁଡ଼ିକ ହିଁ ଜୀବନର ସତ୍ୟ ରେଖା।। Priyanka Panda
ବିଭିନ୍ନତା ଭିତରେ ଏକତା ଆମର, ଏଇଟା ହିଁ ଆମର ଗର୍ବ। ହିନ୍ଦୁ ମୁସଲମାନ ଶିଖ୍ ଖ୍ରୀଷ୍ଟିଆନ, ସମସ୍ତେ ମିଶି କହୁ ବନ୍ଦେ ମାତରମ୍।। Priyanka Panda
ମଞ୍ଚ ଖାଲି ହେଲେ ରହେ କେବଳ ସ୍ମୃତି ଅଭିନୟ ଶେଷେ ରହେ କେବଳ କର୍ମ/ ତେଣୁ କର ଭଲ ଅଭିନୟ ହେ ମନୁଷ୍ୟ କାରଣ ଦର୍ଶକ ଆସନରେ ବସିଛନ୍ତି ଈଶ୍ବର// Priyanka Panda
ଧନ ଥାଇ କି ଲାଭ, ଯେବେ ଧର୍ମ ନ କରଇ। ମରଣ କାଳେ ଧନ ନୁହେଁ ଧର୍ମ ହିଁ ମୋକ୍ଷ ଦେଇଥାଇ।। ଯଶ କାମନାରେ ଯେ କରେ ଧର୍ମାଚରଣ। ତା ଯଶ ରହେନା ଚିରକାଳ ଜାଣ।। କର୍ମ ହିଁ ପୂଜା, ସେବା ହିଁ ଧର୍ମ। ଏଇଟା ହିଁ ଜୀବନର ପରମ ମର୍ମ।। Priyanak Panda