Priyanka Panda
Literary Captain
257
Posts
0
Followers
0
Following

None

Share with friends
Earned badges
See all

‎ପ୍ରତିଟି ସନ୍ଧ୍ୟା ଚୁପଚାପ, ‎ଦିନର କାହାଣୀ ଶୁଣାଇଯାଏ। ‎ହସର ଆଢ଼ୁଆଳେ ଲୁଚିଥିବା, ‎କିଛି ଅନୁଭବ ଦେଇଯାଏ।। Priyanka Panda

ସକାଳ ଆସେ ନିଦ ଭରା ଆଖି, ‎କଫି କପେ ହସେ ମୋ ସକାଳ ସାଥୀ। ‎ତିକ୍ତ ସ୍ୱାଦେ ମଧ୍ୟ ଅଛି ମିଠା ପ୍ରୀତି, ‎ଏକ ଚୁମୁକେ ଫେରେ ହଜିଥିବା ସ୍ମୃତି।। ‎ ‎ରାତି ଅଧା, ଏକା ମୁଁ, କଫି ଥଣ୍ଡା, ‎ଭାବନା ସବୁ ମନେ ବଡ ଗଣ୍ଡା। ‎ଚୁମୁକେ ଚୁମୁକେ ଜୀବନ ପିଉଛି, ‎କଫି ନୁହେଁ ବିରହ ଲେଖୁଛି।। Priyanka Panda ‎

ବିନ୍ଦୁରେ ଥାଇ ଭାବୁ ମୁଁ ମହାନ, ‎ସିନ୍ଧୁକୁ ଦେଲେ ପିଠି। ‎ଜ୍ଞାନୀ ଜନ ନଇଁ ପଡେ ସଦା, ‎ଅଜ୍ଞାନୀ ଗରବେ ଉଠି।। ‎ Priyanka Panda

‎ଆଙ୍ଗୁଳି ଉଠେ ପର ଆଡେ, ‎ତିନି ଆଙ୍ଗୁଳି ନିଜ ଆଡେ ଚାହେଁ। ‎ଜଗତ ଯାକ ଅନ୍ଧ ଦିଶେ, ‎ଯେବେ ଦର୍ପଣ ମଇଳା ହୋଇ ରହେ।। Priyanka Panda

ରକ୍ତ ସମ୍ପର୍କ କି ପର ସମ୍ପର୍କ, ‎ଭାଙ୍ଗିବାକୁ ଗୋଟିଏ କ୍ଷଣ ଯଥେଷ୍ଟ। ‎ସନ୍ଦେହ ଆସିଲେ ମନ ଭାଙ୍ଗିଯାଏ, ‎ଘୃଣା ଆସିଲେ ସବୁ ଶେଷ ।। ‎ Priyanka Panda

ଆଦର ନଥିଲେ ପର ହୁଏ ନିଜର, ‎ବିଶ୍ୱାସ ନଥିଲେ ସବୁ ଅସାର । ‎ସ୍ନେହ ବିନା ସମ୍ପର୍କ କେବଳ ନାମ, ‎ସମ୍ମାନ ନଥିଲେ ପ୍ରେମ ବି ନିରାଦର । Priyanka Panda

ନୂଆ ଧାନର ସୁବାସେ ନୂତନ ଆଶା ଜାଗେ, ‎ନବୀନ ଚିନ୍ତା ନେଇ ନୂଆ ସପନ୍ ଭାଗେ। ‎ମା' ସମଲେଶ୍ବରି କରୁଣା ଆଶିଷ ସଙ୍ଗେ, ‎ପରିବାର ମିଳନ ଆନନ୍ଦ ଉଲ୍ଲାସ ରଙ୍ଗେ।। ‎ Priyanka Panda

ହସ୍ତେହାତୁଡି, ହୃଦେ ସାଧନା, ‎ଯନ୍ତ୍ରେ ବସେ ତାଙ୍କ ଆରାଧନା। ‎କର୍ମକୁ କରନ୍ତି ଯିଏ ବନ୍ଦନା, ‎ତାଙ୍କ ହାତେ ଗଢା ହୁଏ ବ୍ରହ୍ମାଣ୍ଡ ରଚନା। ‎ ‎ଲୁହା ପଥରେ ଜୀବ ନାହିଁ, ଭାବେ ଜନ ସାଧାରଣ, ‎ଶିଳ୍ପୀ ହାତ ଲାଗିଲେ ହୁଏ ସେ ମନ୍ଦିର ତୋରଣ। ‎ବିଶ୍ୱକର୍ମା ବିନା ନାହିଁ କେହି ଦ୍ୱିତୀୟ କାରଣ, ‎ତାଙ୍କ କୃପାରୁ ଯନ୍ତ୍ର ହୁଏ ସଭ୍ୟତାର ଧାରଣ।। ‎ ‎Priyanka Panda

ଆଦର ନଥିଲେ ପର ହୁଏ ନିଜର, ବିଶ୍ୱାସ ନଥିଲେ ସବୁ ଅସାର । ସ୍ନେହ ବିନା ସମ୍ପର୍କ କେବଳ ନାମ, ସମ୍ମାନ ନଥିଲେ ପ୍ରେମ ବି ନିରାଦର ।। Priyanka Panda


Feed

Library

Write

Notification
Profile