Pranati Panda
Literary General
AUTHOR OF THE YEAR 2021 - NOMINEE

394
Posts
21
Followers
2
Following

None

Share with friends
Earned badges
See all

ଭଗ୍ନ ମନର ସେ ଭଗ୍ନ ବୀଣାଟି ଯେ, ପରା ସ୍ୱର ସିନା ସିଏ ନିଜେ ପାରେନି ସଜାଡ଼ି ବେସୁରା ରାଗିଣୀ ହୃଦ ଛିନ୍ନ କରିଦିଏ ଶୁଣିବା ଲୋକର ଅଶ୍ରୁ ପଡ଼ଇ ନିଗିଡ଼ି । @ ପ୍ରଣତି ପଣ୍ଡା

ବଞ୍ଚିବା ଆଉ ମରିବା ଗୋଟିଏ ନିଃଶ୍ୱାସର ପାର୍ଥକ୍ୟ.. ଭଲ ପାଇବା ଆଉ ଭୁଲିଯିବା ଟିକିଏ ବିଶ୍ୱାସର ପାର୍ଥକ୍ୟ .!! —ପ୍ରଣତି ପଣ୍ଡା

ବାହର ଭିତର ସମାନତା ଥିଲେ ତେବେ ଜଣାପଡ଼େ ମଣିଷ ପଣ , କଥା ସହ କାର୍ଯ୍ୟ ମେଳ ନଖାଇଲେ ଏପରି ମଣିଷଙ୍କୁ କହିବ କଣ ? —ପ୍ରଣତି ପଣ୍ଡା

ଭଗ୍ନ ମନର ସେ, ଭଗ୍ନ ବୀଣାଟି ଯେ, ପରା ସ୍ୱର ସିନା ସିଏ ନିଜେ ପାରେନି ସଜାଡ଼ି, ବେସୁରା ରାଗିଣୀ ହୃଦ ଛିନ୍ନ କରିଦିଏ ଶୁଣିବା ଲୋକର ଅଶ୍ରୁ ପଡ଼ଇ ନିଗିଡ଼ି ।

ବେଦରଦି ଯିଏ ବୁଝେ କି ବେଦନା କିଏ ଜଳୁଅଛି କେଉଁ ନିଆଁରେ? ହୃଦ ବୁଝିବାକୁ ହୃଦୟଟେ ଲୋଡ଼ା ଯିଏ ବୁଝିଯିବ ବିନା କଥାରେ....

ମାନବିକତାଟି ଚୁଲିକୁ ଗଲାଣି ଅଜ୍ଞାନୀ ବାଣ୍ଟୁଛି ଜ୍ଞାନ , ଦଲାଲ୍ ଙ୍କ ଏଠି ଶାସନ ଚାଲୁଛି ମୁର୍ଖ ବାଣ୍ଟେ ବ୍ରହ୍ମଜ୍ଞାନ।

ସମ୍ପର୍କ ଯେଉଁଠି ଫିକା ପଡ଼ିଯାଏ ସେଠି ମଧୁରତା ପାଇବ କାହିଁ,? ସମ୍ପର୍କରେ ଯଦି ସ୍ୱାର୍ଥ ଭରିଯାଏ ସେଠି ଆତ୍ମୀୟତା ଆସିବ ନାହିଁ।

ରାତିଟିଏ ଗଲେ ରାତିଟିଏ ସରେ ଜୀବନ ଆୟୁଦ୍ଧୁ ସତେ , ସମୟ ସରିଲେ ଖେଳ ଶେଷ ହୁଏ ଚାହିଁ ରହିଥାନ୍ତି ଯେତେ । —ପ୍ରଣତି ପଣ୍ଡା

ପୁରୁଣା ହୋଇବ ବରଷ ନୂଆ ହେବ ପୁଣି ପ୍ରବେଶ ପ୍ରଭୁ ନାମ ନ ହେଉ ଶେଷ ପ୍ରଭୁ ହିଁ ଅଟଳ ବିଶ୍ଵାସ ..... —ପ୍ରଣତି ପଣ୍ଡା


Feed

Library

Write

Notification
Profile