@lalita-mohan-mishra

Lalita Mohan Mishra
Literary Brigadier
AUTHOR OF THE YEAR 2020,2021 - NOMINEE

187
Posts
164
Followers
5
Following

ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରି ଲେଖନୀକୁ ନିଶା ଭାବରେ ଗ୍ରହଣ କରିଛି

Share with friends

ଜ୍ଞାନୀ ଦୁଇଜଣ ଯାକ ଥିଲେ ଅନ୍ତର ଏତିକି ଥିଲା ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କୁ ଅହଂକାର ର ଜ୍ଞାନ ଥିଲା । ରାବଣଙ୍କୁ ଜ୍ଞାନର ଅହଂକାର ଥିଲା । ଲଳିତ

ଦାମ୍ପତ୍ୟ ଜୀବନରେ ମିଥ୍ଯାକୁ ମଧୁର କରି ପାରିଲେ ମଣିଷ ସୁଖୀ ହୁଏ। ମିଥ୍ଯାକୁ ମଧୁର କରିବାର ମନ୍ତ୍ର ଶିଖି ନ ଥିଲେ ମନୁଷ୍ଯ ଦୁଃଖ ଭୋଗ କରେ ।। "ଲଳିତ ମୋହନ ମିଶ୍ର"

ଅଜ୍ଞାନତା ହିଁ ମନୁଷ୍ଯକୁ ଅଳ୍ପ ସୂଖୀ କରେ..... ଜ୍ଞାନ ଆଣିଦିଏ ଅପରିସୀମ ତୃଷ୍ଣା - ଯେଉଁ ତୃଷ୍ଣା ନିବାରଣ ପାଇଁ ଯଥେଷ୍ଟ ନୁହେଁ ସାରା ସମୁଦ୍ରର ଜଳ ।। *ଲଳିତ ମୋହନ ମିଶ୍ର *

ଜୀବନଟା ଏକ ଛୋଟିଆ ଆହୁଲା ଡଙ୍ଗା ମାୟା ମୋହଭରା ସେ ଡଙ୍ଗା ଚାଲେ ମହୋଦଧିର ଜଳରାଶିରେ। ମହୋଦଧିର ଜଳରାଶିରେ ଡଙ୍ଗା ଚାଲିଛି କେବେ ସିଧା କେବେ ବଙ୍କା ଅହଂର ଆହୁଲା ନାଁ ନିଏ ସିନା କିନ୍ତୁ ନାଆ ଚାଲେ କାଳର ଚକ୍ରରେ.... ।। @ଲଳିତ ମୋହନ ମିଶ୍ର

ଜୀବନଟା ଏକ ଜଟିଳ ଗଣିତ ନା ସେ ଗଣିତର ଭଗ୍ନାଂଶ ଜଣା ନା ସୂତ୍ର । କ୍ଷତାକ୍ତ ହୃଦୟରେ ନା ପାଇବାର ଆଶା ନା ହରାଇବାର ଦୁଃଖ ଜୀବନ ଅଛିଣ୍ଡା ଗଣିତ ପୃଷ୍ଠାରେ ତୁମେ ହିଁ ମୋର ସାହା ଭରସା ।। @ ଲଳିତ ମୋହନ ମିଶ୍ର

ଶୈଶବର ପରିକଳ୍ପନା ଏବର ଭାବନା ଚିନ୍ତନ ମନ୍ଥନ ଯତ୍ନ କରିଛି ମୋତେ ସ୍ପଷ୍ଟ । ସୁଖ ମରିଚୀକା ଦୁଃଖ ମରୁବାଲି ମନନ ରୂପି ଆଶା ତଥାପି ପ୍ରତୀକ୍ଷା.. ସମୟର ସାଥିରେ ସଫଳ ହେବାର ନିଶା ।।

ଜୀବନଟା ଏକ ରଙ୍ଗମଞ୍ଚ ଆମେ ଜଣେ ଜଣେ ସେଥିରେ ସୌନ୍ଦର୍ଯ୍ୟମୟ କଳାକାର ଆମେ ନିଜର ଅଭିନୟକୁ ଯେତେ ନିଷ୍ଠା ଓ ଏକାଗ୍ରତାରେ ପରିବେଶିତ କରିବା ରଙ୍ଗମଞ୍ଚ ସେତିକି ଆକର୍ଷିତ ଓ ପ୍ରଶଂସିତ ହେବ।।


Feed

Library

Write

Notification
Profile