"ଜୀବନ୍ତ ଅନୁଭୁତି କୁ ଆଜି ଅଙ୍ଗେ ଲିଭେଇଲି ସେ ଯେବେ ମୋ ହାତରୁ ବିସ୍କୁଟ ନେଲା ମୁଁ ଡରି ଡରି ଦଉଥିଲି କିନ୍ତୁ ସେ ଚାରି ଜଣ ଥିଲେ ସତ ତିନି ଜଣ ଆସିଲେ ବିସ୍କୁଟ ନେଇ ଯେବେ ସେମାନେ ଖାଇଲେ ମୁଁ ମୋ ଗନ୍ତବ୍ୟ ପଥରେ ବାହାରି ଗଲି , ସତରେ ହୃଦୟରୁ ମୁଁ ଆନନ୍ଦିତ ହେଲି , ମଣିଷ ନହୋଇ ପଶୁ ହେଲେ କଣ ହେଲା ସେ ପରା ସ୍ନେହ ବୋଳା ପରସ କୁ ବୁଝିଲା ଯାହା ମୁଁ ଏ ସ୍ୱାର୍ଥପର ମଣିଷ ଭିତରେ ଖୋଜୁଥିଲି ।।" _____ରେଖା____
"ଅଞ୍ଜୁଳାଏ ସ୍ଵପ୍ନ କୁ ହାତରେ ଧରି ସଉଦା କଲାବେଳେ ବଜାରର ଦର ବଢ଼ିଗଲା, ସେଇ ବଜାରରେ ସ୍ଵପ୍ନ ଉଚ୍ଚ ଦରରେ ବିକ୍ରି କରିବା ପୂର୍ବରୁ ଦଲକାଏ ପବନରେ ସେ ଭାଙ୍ଗି ରୁଜି ଚୁର୍ ମାର୍ ହେଇଗଲା । ଏଇତ ସେଇ ଦୁନିଆଁ ଯୋଉଠି ଆପଣାର ସ୍ଵପ୍ନ ସବୁ ଭାଙ୍ଗି ଯାଇ ଆଉ କାହା ଜୀବନରେ ଜୀବନ୍ତ ସାଜିଗଲା ।" ______ରେଖା______
ନୂଆ ବରଷର ନୂଆ ପରସ , ମନେ ଆଣିଦଉ ସଭିଙ୍କ ହସ , ଜୀବନରେ ଭରିଯାଉ ସଭିଙ୍କ ଖୁସି , ସଭିଏଁ ବଞ୍ଚରେ ମୁରୁକି ହସି ।। ____ରେଖା____
*ସମୟର ସ୍ରୋତରେ ଭସା ବାଦଲ ଟିଏ ହୋଇ ଭାସି ଭାସି ଉଁଆସ ଜହ୍ନ କୁ ଲୁଚେଇ, ଦଲକାଏ ପବନ କୁ ଆଞ୍ଜୁଳାରେ ଭରି ବଞ୍ଚିବାକୁ ହୁଏ, କିଛି ବୁନ୍ଦା ନୀରରେ ତୃଷା ମେଣ୍ଟାଇବା ଆଶାରେ ।* ______ରେଖା______
କଣ ବା ଲେଖିବି କୁହ ତୁମେ ତ ଏବେ ତୁମ ବାଟରେ ଚାଲିଗଲ ତୁମ ଚେହେରା ମନେ ପଡ଼ିଲେ କେତେ ଭାବନା ଆସେ ସତରେ କିଛି କ୍ଷଣ ରେ କେତେ ସବୁ ଘଟିଗଲା ଯାହା ହୃଦୟରେ ଚିରଦିନ ପାଇଁ କ୍ଷତ କରିଗଲା....
ଜୀବନ ଯେବେ ତୁମେ ମୋ ପାଇଁ ଦେବାକୁ ପ୍ରସ୍ତୁତ ହେବ ସତ କହୁଚି ଏ ଜୀବନ ତୁମ ନାମରେ ହେବ କିଏ କଣ କହିବ କାହିଁ ଶୁଣିବ ଯେବେ ଇଚ୍ଛା ହେବ ତୁମେ ମତେ ଭଲ ପାଇବ ©️ରେଖାରାଣୀ ସାହୁ
ଲେଖିବାକୁ ଦିଅ ଥରେ ତୁମକୁ ପଢ଼ିନେବି ତୁମ ସେ ଆଖିକୁ କହିବାକୁ ଯାହା ତୁମେ ଚାହଁ ନାହିଁ କାହାକୁ ବୁଝିନେବି ତାହା ସବୁ ମୋ ମନକୁ ©️ରେଖାରାଣୀ ସାହୁ