ମୋ ଜନ୍ମ ନିରର୍ଥକ କୁହକି ହେ ପ୍ରଭୁ
ଅର୍ଥ ହୀନ ମୋର ଅର୍ଥ,
ସାର୍ଥକ ସନ୍ଧାନେ ଚାଲିଚାଲି ପଥ
ପ୍ରୟାସ ଯେ ସବୁ ବ୍ୟର୍ଥ।।
ମୁଁ ଆଉ ମୋ କାବ୍ୟ ନାୟକ
ବିପରୀତ ଦିଗରେ ଗତି କରୁଥିବା ଦୁଇ ନଦୀ ସଦୃଶ
ଅବିରତ ବହି ଚାଲିଛନ୍ତି ହେଲେ ମିଳନ ଅସମ୍ଭବ...
ଦ୍ରୋଣ ସାଜି ମାଗି ନେଲା ଯିଏ ଏ ହାତରୁ ଆଙ୍ଗୁଠି...
ଆଜି ଖୋଜୁଅଛି ମୋ ହାତଲେଖା କୃତଜ୍ଞତା ଚିଠି।।
ଅଦିନିଆ ବରଷା ପରି ମୋ ସହରେ ଯାଏ ସେ ବରଷି..
ଥରେ ବି ସେ ବୁଝିଲାନି
ଏ ମାଟିର ହୃଦୟ କାହାଣୀ ।।
ତୁମ ଅସ୍ତିତ୍ବ ମୋ ପାଇଁ
ପ୍ରଶ୍ନବାଚୀ ଟିଏ
କୁହତ ମାଧବ
ତୁମେ ନିରୁପାୟ ନା ନିରୁତ୍ତର
ନା ମୁଁ କରିଛି ପଥର ସହ ଭାବ...
ନିଷ୍ପାପ ଏ ଆଖି ଯୋଡ଼ାରେ କାଇଁ କେତେ ଜଖମ
ନିଦର ଦେଖା ନାହିଁ ସ୍ୱପ୍ନର ଅନ୍ତ ନାହିଁ
ସ୍ୱପ୍ନରେ ଉଡାଣ ଭରିବାକୁ ଡେଣା ଲଗେଇଛି ପଲକେ ।।
ସ୍ୱପ୍ନ କୁ ବାସ୍ତବତାର ରୂପ ଦେବାର ପ୍ରୟାସ
ଆଉ ବାସ୍ତବତା କୁ ଅଙ୍ଗେ ନିଭେଇ ବାର ଉତ୍ସାହ
ପ୍ରୟାସ ଆଉ ଉତ୍ସାହ ଭିତରେ ଅନ୍ତର କେତେ
ଯାହା ଖାଲି ସମୟ କୁ ଅପେକ୍ଷା .......