Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Sudama Lenka

Life is a moon among the leser star.

  Literary Colonel

Forum Comments

ସାହିତ୍ୟ ପାଇଁ ଶବ୍ଦ ଓ ବ୍ୟାକରଣ ଆପଣଙ୍କ ମତରେ କେତେ ଗୁରୁତ୍ୱପୂର୍ଣ୍ଣ ଓ କାହିଁକି?

22    194    1

ମନୁଷ୍ୟର ମୁଖ ନିସୃତ ଧ୍ୱନି ଯାହା ଏକ ଅର୍ଥୁ ପ୍ରକାଶ କରେ ତାହାକୁ ଭାଷା କୁହାଯାଏ l ଏହି ଧ୍ୱନି ର ଲିଖିତ ରୂପ କୁ ବର୍ଣ୍ଣ ଓ ବର୍ଣ୍ଣର ସମଷ୍ଟି ଯଦି ଏକ ଅର୍ଥକୁ ପ୍ରକାଶ କରେ ତେବେ ତାକୁ ଲିପି ବା ଅକ୍ଷର କୁହାଯାଏ l ଓଡ଼ିଆ ଭାଷାରେ ଏମିତି କେତେଗୁଡିଏ ବର୍ଣ୍ଣ ରହିଛି ଯାହାକୁ ନେଇ ପ୍ରତ୍ୟକ ମନୁଷ୍ୟ ନିଜର ମନର ଭାବକୁ ପ୍ରକାଶ କରିଥାଏ ; ଯେଉଁଥିରେ ଶବ୍ଦ ଓ ବ୍ୟାକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ l ଏହି ପରିପ୍ରେକ୍ଷୀରେ ଶବ୍ଦ ପ୍ରତ୍ୟେକ ମନୁଷ୍ୟର ମନର ଭାବକୁ ପ୍ରକାଶ କରୁଥିଲାବେଳେ ବ୍ୟାକରଣ ଭାବନାକୁ ଲିଖିତ ରୂପ ଦେବାରେ ଓ ସହଜ ସୁନ୍ଦର ଏବଂ ବୋଧଗମ୍ୟ କରି ଗଢିତୋଳିବାରେ ସାହାଯ୍ୟ କରିଥାଏ l

ଯେମିତି ଗୋଟିଏ ଚିଠି ଯେତିକି ଗୁରୁତ୍ୱପୂର୍ଣ୍ଣ ତା ଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ସେ ଚିଠିର ଠିକଣା l କାରଣ ଠିକଣା ଭୁଲ ହେଇଗଲେ ଚିଠି ଯେତେ ଭଲ ହେଲେବି ତାହା ମୂଲ୍ୟହୀନ ହୋଇପଡେ l ଠିକ ସେହିପରି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଚିଠି ଓ ଠିକଣାର ସମ୍ପର୍କ ପରି ମଧ୍ୟ ଶବ୍ଦ ଓ ବ୍ୟାକରଣ ସେତିକି ଗୁରୁତ୍ୱପୂର୍ଣ୍ଣ ଓ ଉପାଦେୟ l କାରଣ ସାହିତ୍ୟ ମନର ଭାବନା ଉପରେ ପର୍ଯ୍ୟବେସିତ ଥିଲାବେଳେ , ମନର ଭାବନା କୁ ପ୍ରକାଶ କରିବାପାଇଁ ଶବ୍ଦ ଓ ବ୍ୟାକରଣ ଏକ ଓ ଅଭିର୍ଣ୍ଣ l ପଦାକୁ ବାଦ ଦେଇ ଗୋଡ ଯେମିତି ଅସହାୟ ଠିକ ସେମିତି ଶବ୍ଦ ଓ ବ୍ୟାକରଣ କୁ ବାଦ ଦେଇ ସାହିତ୍ୟ ମଧ୍ୟ ଅସହାୟ ହୋଇପଡେ l ତେଣୁ ସାହିତ୍ୟ କ୍ଷେତ୍ରରେ ଶବ୍ଦ ଓ ବ୍ୟାକରଣ ଏକ ମହତ୍ୱପୂର୍ଣ୍ଣ ବିଷୟ ବସ୍ତୁ l

16/01/2019