Nibedita Mishra
Literary Colonel
AUTHOR OF THE YEAR 2021 - NOMINEE

144
પોસ્ટ
152
અનુસરતા
8
ફોલોઈંગ

ମୁଁ ଲେଖିବାକୁ ଭଲପାଏ।

મિત્રો સાથે શેર કરો
Earned badges
See all

ମନ୍ଦିରରେ ଫୁଲ, ଚନ୍ଦନ,ଧୂପକାଠୀ ,ଦୀପ ଲଗାଇ ପୁଜା କରିବା ଅପେକ୍ଷା ହୃଦୟରେ ପ୍ରେମ,ସ୍ନେହ,ମମତା ଓ ମାନବିକତାର ମନୋଭାବ ରଖିବା ଅସଲ ପୂଜା। ନିବେଦିତା ମିଶ୍ର ଝାରସୁଗୁଡା

ସାଥିରେ ରହିବା ଓ ସାଥ ଦେବା ଦୁଇଟା ଅଲଗା ଅଲଗା କଥା। ନିବେଦିତା ମିଶ୍ର ଝାରସୁଗୁଡା

କୌଣସି ନାରୀର ସଫଳତାରେ ତାଳି ମାରିବା ବହୁତ ସହଜ କିନ୍ତୁ ନାରୀ ଟିଏକୁ ସଫଳ କରାଇବାକୁ ସାହାଯ୍ଯର ହାତ ବଢାଇବା ବହୁତ କଷ୍ଟ। ନିବେଦିତା ମିଶ୍ର

ସମତୁଲ ପ୍ରତ୍ଯେକ ସମ୍ପର୍କରେ କିଛି କିଛି ଦାୟିତ୍ବ ଓ କର୍ତ୍ତବ୍ଯ ଉଭୟ ପକ୍ଷରୁ ତୁଲାଯିବା ଉଚିତ୍।ଯଦି ଗୋଟିଏ ପକ୍ଷରେ କେବଳ ଦାୟିତ୍ବ,କର୍ତ୍ତବ୍ଯ ଆଦିର ଭାର ଲଦିଦିଆଯାଏ ,ତେବେ ସମ୍ପର୍କର ନିକିତ ଟି ଭାଙ୍ଗିଯିବାର ସମ୍ଭାବନା ଥାଏ।ତେଣୁ ପ୍ରତ୍ଯେକ ସମ୍ପର୍କରେ ସମତୁଲତା ପାଇଁ ଉଭୟ ପକ୍ଷରୁ କର୍ତ୍ତବ୍ଯ ତୁଲାଯିବା ଉଚିତ୍। ନିବେଦିତା ମିଶ୍ର

ସୁଖ ଜୀବନରେ ବହୁତ କିଛି ଅର୍ଜନ କରିଦେବା ସୁଖ ଦିଏନି,ବଂର ତାହାକୁ ଉପଭୋଗ କରିବା ହିଁ ପ୍ରକୃତ ସୁଖ ଅଟେ । ନିବେଦିତା ମିଶ୍ର

କିଛି ଭଲ ଲୋକଙ୍କ ପୁଣ୍ଯ ଅର୍ଜନ କରିବାର ଅଭିଳାଷ ଯୋଗୁଁ କିଛି ଖରାପ ଲୋକ ଲାଭବାନ୍ ହୋଇଥାନ୍ତି। ନିବେଦିତା ମିଶ୍ର

ଧନ୍ଯରେ ଦୁନିଆ ଧନ୍ଯ ତୋହର ନାଟ,ଯେ ପୁଅକୁ ମାରେ ଲାତ ସେ ବାପ ମୁଣ୍ଡର ମୁକୁଟ ନିବେଦିତା ମିଶ୍ର

ହୃଦୟସ୍ପର୍ଶୀ ସୁଖ ସମୟରେ ଶୁଭକାମନା ଦେଇଥିବା ବ୍ଯକ୍ତି ଅପେକ୍ଷା ଦୁଃଖ ସମୟରେ ଆଶ୍ବାସନା ଦେଇଥିବା ବ୍ଯକ୍ତିଟି ବେଶୀ ହୃଦୟସ୍ପର୍ଶୀ ଅଟେ। ନିବେଦିତା ମିଶ୍ର

କିଛି ବଡ ବଡ ପଥର ମାଟିତଳେ ମୂଳଦୁଆ ସ୍ବରୂପ ଚାପି ହୋଇ ରହିଥିବାରୁ ହିଁ କିଛି ଛୋଟ ଛୋଟ ଇଟା ମାଟି ଉପରେ ମହଲଟିଏ କରିବାକୁ ସମର୍ଥ ହୁଅନ୍ତି। ନିବେଦିତା ମିଶ୍ର


ફીડ

લાઈબ્રેરી

લાખો

સૂચના
પ્રોફાઈલ