ଜୀବନ ବଞ୍ଚିବାକୁ ଅଛି ହଜାରେ କାରଣ , ତବେ କରୁଛ ହେ ମୃତ୍ୟୁକୁ ବରଣ । ସବୁ ଅସୁବିଧାର ସମାଧାନ ନୁହେଁ ଯେ ମରଣ , ଏଣୁ ମୃତ୍ୟୁର ପାଖକୁ ଯିବାକୁ ନିଜକୁ କର ହେ ବାରଣ । ଜୀବନ ଗାଏ ତୁମ ପାଖେ କେତେ ଯେ ଜଣାଣ , ତଥାପି ଅକାରଣେ କାହିଁକି ହରାଅ ପରାଣ । ପୋଶିବାକୁ କାମନା ଯଦି ମୃତ୍ୟୁର ଶରଣ , ମନେ କାହିଁ କର ହେ ବନ୍ଧୁ ଆଶାର ପୋଷଣ । ମୃତ୍ୟୁକୁ ଡାକ କିଆଁ କହି ପାଉଛ କଷଣ , ଜୀବନ ସଙ୍ଗୀତ କେବେ ତୁମେ କରିନାହଁ କି ଶ୍ରବଣ ।