Debjani Sathua
Literary Colonel
74
Posts
0
Followers
0
Following

I'm Debjani and I love to read StoryMirror contents.

Share with friends
Earned badges
See all

ପକୃତ ବନ୍ଧୁତା ଆନନ୍ଦକୁ ଦୁଇଗୁଣା ଓ ଦୁଃଖକୁ ଅଧା କରି ଦିଏ ।ପରଖ ସଠିକ୍ ହେବା ଦରକାର ।

ସବୁ ସମ୍ପର୍କର ଭଲପାଇବାରେ ଯତ୍ନ ରହୁ ,କିନ୍ତୁ ତାହା ଯେପରି କାହାରି ଉପରେ ବୋଝ ନ ହେଉ । ସବୁ ଭଲପାଇବା ହୃଦୟରୁ ହେଉ ,କିନ୍ତୁ ସେଥିରେ ଯେପରି ସନ୍ଦେହ ନ ରହୁ ।

ସମ୍ପର୍କରେ ରାଗ ଅଭିମାନ ରହୁ ,କିନ୍ତୁ ତାହା ଜିଦ୍ର ରୂପ ନ ନେଉ । ସବୁ ସମ୍ପର୍କରେ ଆଦର ସ୍ନେହ ରହୁ, କିନ୍ତୁ ତାହା କାହାରିକୁ ଅଣନିଶ୍ବାସୀ ନ କରୁ ।

ସଂଘର୍ଷ ପ୍ରକୃତିର ଏକ ଆମନ୍ତ୍ରଣ ଯିଏ ସ୍ୱୀକାର କରି ପାରିଲା ସେ ଆଗକୁ ବଢିଲା ।

ନିଜର ଦୁଃଖ କଷ୍ଟ ଅନ୍ତରଙ୍ଗ ଛଡା କାହା ଆଗରେ କହିବା ଅନୁଚିତ। ସମବେଦନା ବାହାନାରେ ସେମାନେ ମଜାନେବେ ,ସମୟ ଆସିଲେ ଉପହାସ ମଧ୍ୟ କରିବେ । ମନରେ ଆଘାତ ଦେବାକୁ ବି ପଛେଇବେନି ।

ବେଳେବେଳେ ନିରବତା ଏମିତି ଏକ ଅସ୍ତ୍ର ହୁଏ ,ଯେ ସମସ୍ତ ଦୂରତାକୁ ଧୈର୍ଯ୍ୟରେ ପରିଣତ କରି ,ସମସ୍ତ ପ୍ରକାର ଆଶା ଓ ଆକାଂକ୍ଷାରେ ପୂର୍ଣ୍ଣଛେଦ ପକାଇପାରେ ।

ଧନ ସଂପତ୍ତିର ଗର୍ବ ଅହଂକାର କରେ ଯେଉଁ ନର , ସମ୍ମାନ ତାର ହୁଏ ଧୂଳିସାତ୍ ନିଜଲୋକ କରେ ପର।

ଜୀବନରେ ସବୁଠୁ ବେଶି ଆତ୍ମାରେ ଆଘାତ କରେ ଯେତେବେଳେ ଜଣାପଡେ ଯାହାକୁ ମୁଁ ଜୀବନର ସବୁକିଛି ବୋଲି ମାନୁଥିଲି, ତା ପାଇଁ ମୋର ମୂଲ୍ୟ କିଛି ନୁହେଁ।

ମାଟି ଥିଲେ ଘାସ କଅଁଳେ ,ଶରୀର ଥିଲେ ରୋଗ ହୁଏ,ପରିବାର ଥିଲେ ମତାନ୍ତର ହୁଏ,ହେଲେ ଏହାକୁ ମତାନ୍ତର ନ ଭାବି ଉତ୍ତମ ବଝାମଣା କରି ମିଳିମିଶି ଚଳିଲେ ଏହାକୁ ସଂସ୍କାର କୁହାଯାଏ।


Feed

Library

Write

Notification
Profile