"ଏବେ ଠାରୁ ମାଗିନେବାକୁ ହେବ ଅନ୍ତିମ ମେଲାଣି, କେତେବେଳେ ଅଚାନକ ଆସିଯିବ ମରଣ କେଜାଣି ! ପାରିବ ତ ଶବାଧାରେ ଦେବାକୁ ଥିବା ଶରଧାର ଫୁଲ, ଏବେ ଠାରୁ ପୋଡ଼ିଦିଅ ଖୋଜିକି ମଶାଣି !!"
"ଅଧିକାର ଅନ୍ଧାର ଅନ୍ଧ ଗଳି ଅଣ୍ଡାଳି ଅଣ୍ଡାଳି ଗଲିଣି ମୁଁ ଥକି, ଯାହାକୁ ଯାଚିଲି ଜୀବନ ସିଏ ମୋତେ ଦେଉଥାଏ ଠକି ! ଆହାରେ ମୋ ବିଚରା ଜୀବନ, ଆଉ ନୁହେଁ ଆଉ ନୁହେଁ ସଂସାରର ସୁଖ ଏବେ ତୋତେ ଡାକେ ଶମଶାନ ।"
"ବାରମ୍ବାର ନିଜ ପରି ଦିଶୁଥିବା ସମ୍ପର୍କ ମାନେ ଭୁଲବୁଝି କରନ୍ତି ଶିକାର, ନିଜ ଅହଙ୍କାର ଚିହ୍ନିବାକୁ ନାହିଁ ତାଙ୍କ ଦମ୍ଭ ଅବା ସାହସ କରିବା ସ୍ୱୀକାର !"
"ଯେତେ ଦେଇ ରକ୍ତ ସ୍ବେଦ ତୋଳିଲେ ବି ଛନ୍ଦ ତଥାପି ଉଜୁଡ଼ି ଯାଏ ସ୍ବପ୍ନର ମହଲ, ଆପଣାର ଭାବ ସବୁ ପାଲଟେ ସାବତ ଆବେଗରେ ପ୍ରାଣ ଖାଲି ହୁଏ କଲବଲ ।"
"ଆଶା ସବୁ ପାଲଟି ଯାଉଛନ୍ତି ନିର୍ମମ ଆଶଙ୍କା- ବିଶ୍ୱାସ ବି ପାଲଟେ କୁହୁଡ଼ି, ଜେଜାଣି କାହିଁକି ଆଉ କାହା ସ୍ୱର ଦେଉନି ଆଶ୍ୱାସନା- ନିଃଶ୍ୱାସ ନିଜର ପାଖେ ତୋଳୁଛି ଲହଡ଼ି ।"
"ଶବ୍ଦ ସବୁ ଖେଳୁଥାନ୍ତି ଏଇ ଆମ ଆଖପାଖେ ଫୁଲ ହୋଇ ଧୂଳି ହୋଇ, ଘାସ ବି ଫୁଲ ପରି ବାସେ ଧୂଳି ବି ଚନ୍ଦନ ପରଶେ ଦେଖିବାକୁ ହୁଏ ଟିକେ ଆଖି ଖୋଲି ଦେଇ ।"
"ସତ କେବେ ନୁହେଁ ଛଦ୍ମବେଶୀ ଖୋଜିବାକୁ ହେବ ମୁଖାକୁ ଆଡ଼େଇ, ଲୁଚିବାକୁ ଭଲ ପାଉଥିବା ମୁହଁ କେବେ ପାରେନାହିଁ ସମ୍ପର୍କ ଜଡେଇ ଦିନପରି ଏତେ ଆଲୋକିତ ଦେଶେ ; ତଥାପି କି ସତ ରହିପାରେ କେଉଁ ଛଦ୍ମବେଶେ ?"