Narayan chandra Nayak

51
Posts
0
Followers
0
Following

None

Share with friends
Earned badges
See all

ଶୀର୍ଷକ - ନିଦାଘ ପ୍ରକୃତିର ଆଉ ନ କରିଣ ଦୋହନ ଜଳ,ଭୂମି,ବନର କରିବା ସଂରକ୍ଷଣ ପରିବେଶ ପ୍ରଦୁଷଣ ରଖି ନିୟନ୍ତ୍ରଣେ ଲାଘବ କରିବା ଦାରୁଣ ନିଦାଘ କଷଣ। **** ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର

🌞ନିଦାଘ🌞 ଭୀଷଣ ଗୁଳୁଗୁଳି ହୋଇଲା ବହିଲା ଶୁଷ୍କ ଉତ୍ତପ୍ତ ପବନ ପ୍ରଚଣ୍ଡ ରୌଦ୍ରତାପ ପ୍ରକୋପେ ଅସ୍ତବ୍ୟସ୍ତ ହେଲା ଜନଜୀବନ। ________ ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର

🌞ନିଦାଘ🌞 ଦାରୁଣ ନିଦାଘ ପ୍ରବେଶିଲା ଉତ୍ତପ୍ତ ହୋଇଲା ଧରାପୃଷ୍ଠ ନଦୀ,ନାଳ,ପୋଖରୀ ଶୁଖିଲା ଜୀବକୂଳ ଭୋଗିଲେ ଜଳକଷ୍ଟ। ******* ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର

*ପାରମ୍ପରିକ ଜଳସେଚନ ପଦ୍ଧତି* ଶାଗ ପଖାଳ ଖାଇ ହୋଇ ତରବର କୃଷକ ବିଲରେ ଯୋଚଇ ହଳଲଙ୍ଗଳ ଲଗାଏ ଫସଲ କ୍ଷେତକୁ କରି କର୍ଷଣ ସେଣି, ତେଣ୍ଡାରେ ମଡାଇ ଜମିକୁ ଜଳ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର

କହିବା ଓଡ଼ିଆ ଲେଖିବା ଓଡ଼ିଆ ପଢିବା ଓଡ଼ିଆ ବହି ଓଡ଼ିଆ ଭାଷାର କରିବା ବନ୍ଦନା ଓଡ଼ିଆ ସଙ୍ଗୀତ ଗାଇ।

ଶୀର୍ଷକ-ଗଣତନ୍ତ୍ର ଲୋକଙ୍କ ହାତରେ ଶାସନ ଡୋରୀ ସମ୍ବିଧାନ ବଳେ ହେଲା ନିଶ୍ଚିତ ଯେଉଁ ସମ୍ବିଧାନ ପ୍ରଣୟନ କରି ବାବା ସାହେବ ଦେଶକୁ କଲେ ସଶକ୍ତ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର

ଶୀର୍ଷକ-ଗଣତନ୍ତ୍ର ଏ ଦେଶ କେତନ ତଳେ ସଭିଏଁ ଆମେ କରିବା ପ୍ରଣ ଜାତି,ଧର୍ମ,ଭାଷା,ରଙ୍ଗକୁ ଭୁଲି ସୁନାର ଭାରତ କରିବା ଗଠନ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର

ଶୀର୍ଷକ- ଜଳ ଅମ୍ବର ରୁ ଅମ୍ବୁ ଯଦି ନ ପଡିବ ଝରି ଏ ସୁନ୍ଦର ସଂସାର ତିଷ୍ଠିବ କିପରି। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର

ଶୀର୍ଷକ- ଜଳ ଜଳ ଅଟଇ ଅମୂଲ ମୂଲ କରନାହିଁ ତାକୁ ନଷ୍ଟ ଜଳ ବିନା ପ୍ରାଣ ଡହଳବିକଳ ବଞ୍ଚିବା ହୁଅଇ କଷ୍ଟ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର


Feed

Library

Write

Notification
Profile