ଶୀର୍ଷକ-ରଜ ପର୍ବ ମଣ୍ଡା, କାକରା, ଦୁଧ ଗଇଁଠା ପୋଡପିଠା, ମୁଆଁଡି ପିଠା ଛେନାଗଜା, କ୍ଷୀରମୋହନ ଛେନାପୋଡ଼, ରସାବଳି ମିଠା ରଜ ଆସରରେ ଭରି ମଧୁରତା ସାରା ଜଗତକୁ ଦିଏ ବାରତା ସବୁଠୁଁ ବଢିଆ ଆମେ ଓଡ଼ିଆ ବଢିଆ ଆମରି ସଂସ୍କୃତି ଗାଥା। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
ଶୀର୍ଷକ-ରଜପର୍ବ ମିଠା ପାନ ଖାଇ ପାଟିକୁ ରଙ୍ଗେଇ ଖେଳୁଥିଲୁ ଦୋଳି ରଜ ଗୀତ ଗାଇ ବାଳୁତ ବେଳର ସେ ରଜ ମଉଜ ଏବେର ରଜରେ ଆଉ ମିଳଇ ନାହିଁ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
ଶୀର୍ଷକ-ରଜପର୍ବ ନୂତନ ବସ୍ତ୍ର ପିନ୍ଧି ଅଭିଆଡ଼ି ଝିଅ ମିଠା ପାନ ଖାଇ ହସି ଖିଲିଖିଲି ଚନ୍ଦନ, କୁଙ୍କୁମ ଅଳତା ଲଗେଇ ରଜରେ ମାତିଛି ଦୋଳିରେ ଝୁଲି। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
ଶୀର୍ଷକ - ନିଦାଘ ପ୍ରକୃତିର ଆଉ ନ କରିଣ ଦୋହନ ଜଳ,ଭୂମି,ବନର କରିବା ସଂରକ୍ଷଣ ପରିବେଶ ପ୍ରଦୁଷଣ ରଖି ନିୟନ୍ତ୍ରଣେ ଲାଘବ କରିବା ଦାରୁଣ ନିଦାଘ କଷଣ। **** ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
🌞ନିଦାଘ🌞 ଭୀଷଣ ଗୁଳୁଗୁଳି ହୋଇଲା ବହିଲା ଶୁଷ୍କ ଉତ୍ତପ୍ତ ପବନ ପ୍ରଚଣ୍ଡ ରୌଦ୍ରତାପ ପ୍ରକୋପେ ଅସ୍ତବ୍ୟସ୍ତ ହେଲା ଜନଜୀବନ। ________ ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
🌞ନିଦାଘ🌞 ଦାରୁଣ ନିଦାଘ ପ୍ରବେଶିଲା ଉତ୍ତପ୍ତ ହୋଇଲା ଧରାପୃଷ୍ଠ ନଦୀ,ନାଳ,ପୋଖରୀ ଶୁଖିଲା ଜୀବକୂଳ ଭୋଗିଲେ ଜଳକଷ୍ଟ। ******* ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
*ପାରମ୍ପରିକ ଜଳସେଚନ ପଦ୍ଧତି* ଶାଗ ପଖାଳ ଖାଇ ହୋଇ ତରବର କୃଷକ ବିଲରେ ଯୋଚଇ ହଳଲଙ୍ଗଳ ଲଗାଏ ଫସଲ କ୍ଷେତକୁ କରି କର୍ଷଣ ସେଣି, ତେଣ୍ଡାରେ ମଡାଇ ଜମିକୁ ଜଳ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର