ଶୀର୍ଷକ-ଗଣତନ୍ତ୍ର ଲୋକଙ୍କ ହାତରେ ଶାସନ ଡୋରୀ ସମ୍ବିଧାନ ବଳେ ହେଲା ନିଶ୍ଚିତ ଯେଉଁ ସମ୍ବିଧାନ ପ୍ରଣୟନ କରି ବାବା ସାହେବ ଦେଶକୁ କଲେ ସଶକ୍ତ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
ଶୀର୍ଷକ-ଗଣତନ୍ତ୍ର ଏ ଦେଶ କେତନ ତଳେ ସଭିଏଁ ଆମେ କରିବା ପ୍ରଣ ଜାତି,ଧର୍ମ,ଭାଷା,ରଙ୍ଗକୁ ଭୁଲି ସୁନାର ଭାରତ କରିବା ଗଠନ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
ଶୀର୍ଷକ- ଜଳ ଜଳ ଅଟଇ ଅମୂଲ ମୂଲ କରନାହିଁ ତାକୁ ନଷ୍ଟ ଜଳ ବିନା ପ୍ରାଣ ଡହଳବିକଳ ବଞ୍ଚିବା ହୁଅଇ କଷ୍ଟ। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
ଶୀର୍ଷକ- ଜଳ ବିନ୍ଦୁ ବିନ୍ଦୁ ଜଳ ସମାହାରେ ସୃଷ୍ଟି ହୁଅଇ ପାରାବାର ସେହି ବୁନ୍ଦାଏ ଜଳବିନା ପୁଣି ସୃଷ୍ଟି ରେ ହୁଅଇ ହାହାକାର। ନାରାୟଣ ଚନ୍ଦ୍ର ନାୟକ ଜାମସେଦପୁର
@ରୌଦ୍ରତାପ@ କାକୁଡି, ତରଭୁଜ, ପଖାଳ ତୋରାଣି ଖାଇ ମେଣ୍ଟାଇଲେ ଭୋକ ଶୋଷ, ଏଡାଇ ଦେବା ପ୍ରଚଣ୍ଡ ରୋଦ୍ରତାପ ର ପ୍ରଭାବ ଦେହ ହାତ, ଗୋଡ ମୁଣ୍ଡ ହେବନାହିଁ ଅବଶ। ନାରାୟଣ ଚନ୍ଦ୍ର ନାୟକ