ରାତି ଠିକଣା ଦେଇ ଯାଇଛି କହି ଯାଇଛି ଭେଟିବା ନଦୀ କୂଳରେ ଚାନ୍ଦ ସାକ୍ଷାତ ରେ ଡାକିଛି ତାରା ଅଭିନନ୍ଦନ କରୁଛି ପବନ ଗାଉଛି ଉଲ୍ଲାସ ରାଗିଣୀ
ସାଥି ,ମୁଁ ଫେରିଆସିଲି ଫଗୁଣର ଫରୁଆ ନେଇ ଶ୍ରାବଣ ମଖେଇ ଥିବା ଇନ୍ଦ୍ରଧନୁ ର ସପ୍ତରଙ୍ଗ ଧରି ବସନ୍ତ ଯାଚୁଥିବା ବଉଳ ଫୁଲ ର ମହକ ଛୁଇଁ ଚାଲି ଆସିଲି ତୋ ପାଖକୁ ବାଦଲ ର ଚାନ୍ଦୁଆ ଟାଣି