@chittaranjan-lenka

Chittaranjan Lenka
Literary Brigadier
AUTHOR OF THE YEAR NOMINEE - 2018 & 2019

277
Posts
295
Followers
0
Following

I'm Chittaranjan and I love to read StoryMirror contents.

Share with friends

ଭାଗ୍ୟ ଆଉ କର୍ମ ଦୁହେଁ ଛନ୍ଦା ଛନ୍ଦି ଜଣକ ଵିହୁନେ ଅନ୍ୟ ଦୁର୍ବଳ, କର୍ମ ବଳେ ଭାଗ୍ୟ ବଦଳି ପାରଇ ତେଣୁ ହରାଅନି ମନର ବଳ। ଚିତ୍ତରଞ୍ଜନ ଲେଙ୍କା

ନିଜଠୁ ନିଜର କେହି ନାହିଁ ଆଉ ଏ କଥା ତ ନିଶ୍ଚେ ସତ ହେଲେ ସେ ବି ମଧ୍ୟ ଚୋଟ ମାରିପାରେ ଯାହାକୁ ସହିବା କଷ୍ଟ ଚିତ୍ତରଞ୍ଜନ ଲେଙ୍କା,କଟକ ।

ସମୟର ମୂଲ୍ୟ ଅଟଇ ଏମିତି ଭୁଲ କଲ ଯଦି ବ୍ୟବହାରରେ, ନିଶ୍ଚିତ ବି ଅନିଶ୍ଚିତ ହୋଇଯିବ ଅନୁତାପ ରହିଯିବ ସାଥିରେ। ଚିତ୍ତରଞ୍ଜନ ଲେଙ୍କା, କଟକ।

ମିଛ କହି ଯଦି ଲାଭ ମିଳୁଥାନ୍ତା ତେବେ ମୁଁ ହୁଏତ କହନ୍ତି ମିଛ, ମିଛ କହି ଯଦି କ୍ଷତି ହେଉଥାନ୍ତା ତେବେ କିଆଁ ଏତେ ମିଛର ଗଛ??? ଚିତ୍ତରଞ୍ଜନ ଲେଙ୍କା, କଟକ।

ଶରୀରକୁ ଶୁଦ୍ଧ ରଖି କି ଭାବୁଛ ବଜାୟ ରଖିଛ ତୁମ ଚରିତ୍ର, ହେଲେ ମନେରଖ ସବୁଠୁ ଜରୁରୀ ରଖିବାକୁ ହେବ ମନ ପବିତ୍ର। ଚିତ୍ତରଞ୍ଜନ ଲେଙ୍କା,କଟକ।

କାଲି ଜିତୁଥିଲ ଆଜି ଜିତୁଅଛ ଜିତୁଥିବ ତୁମେ ସତ୍ୟ, କଳିହା ମିଛଟା କଳି କରୁଥିବ ଯେତେ ବି ହେଉ ପରାସ୍ତ। ଚିତ୍ତରଞ୍ଜନ ଲେଙ୍କା,କଟକ।

ମୋ ମନ ତୋ ପ୍ରେମ ଯେବେ ହୁଏ ଏକ ତେବେ ମା କଟକଚଣ୍ଡୀ ତୋର ମୋର ଭେଟ ହେବାଟା ନିଶ୍ଚିତ କେବେ ବି ନ ଦେଉ ଭଣ୍ଡି ଚିତ୍ତରଞ୍ଜନ ଲେଙ୍କା,କଟକ©

କିଏ ହସୁଅଛି କିଏ କାନ୍ଦୁଅଛି କିଏ ବି ଦେଖୁଛି ଖେଳ ଯିଏ ହସୁନାହିଁ ଅବା କାନ୍ଦୁନାହିଁ ସତେ ସେ କେତେ ଦୁର୍ବଳ ? ଚିତ୍ତରଞ୍ଜନ ଲେଙ୍କା,କଟକ

ଯାହା କହେ ସତ ଯାହା କରେ ସତ ଯାହା ଲେଖେ ମଧ୍ୟ ସତ, ଯାହା ଶୁଣେ ଦେଖେ ମିଛ ଖାଲି ଭର୍ତ୍ତି ଭାରି କଷ୍ଟ ଲାଗେ ମିତ। ଚିତ୍ତରଞ୍ଜନ ଲେଙ୍କା,


Feed

Library

Write

Notification
Profile