Gangadhar Nanda
Literary Colonel
AUTHOR OF THE YEAR 2021 - NOMINEE

75
Posts
78
Followers
4
Following

ହୃଦୟର କିଛି ଅବ୍ୟକ୍ତ ଭାବନାକୁ ପ୍ରକାଶ କରିବାପାଇଁ ଏକ କ୍ଷୁଦ୍ର ପ୍ରୟାସ ମାତ୍ର

Share with friends
Earned badges
See all

ଏ ସଂସାରରେ ଗୋଟିଏ ସତ୍ତାର କେହି କେବେ ନିଜର ନ ଥାନ୍ତି । ସେ ସତ୍ତାଟିର ନାମ ' ମୁଁ '

କର୍ମ ଅପେକ୍ଷା କର୍ମ ପଛରେ ଥିବା ଉଦ୍ଦେଶ୍ୟ ଅଧିକ ମହତ୍ତର । ତା'ଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ହେଉଛି , ଏହା ପଛରେ ଥିବା ମଙ୍ଗଳମୟ ମାନସିକତା ।

ଆମକୁ ବଞ୍ଚିବା ଶିଖାଇଛି ,ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମ ସାଙ୍ଗରେ ରହିଛି,ଆମର ଖରାପ ଅପେକ୍ଷା ଭଲକୁ ଅଧିକ ଦେଖିଛି , ସାମାନ୍ୟ ଅସୁସ୍ଥ ହେଲେ ବିବ୍ରତ ହୋଇଛି,ଦୂରକୁ ଗଲେ ଠାକୁରଙ୍କ ପାଖରେ ଶୁଭମନାସୀଛି ,ସର୍ବୋପରି ଆମ ସଂକଟ ସମୟରେ ସାରା ସଂସାର ସାଙ୍ଗରେ ଲଢିବାକୁ ପ୍ରସ୍ତୁତ ହୋଇଯାଇଛି, ସେ ଆମ ପରିବାର

ମୋ ଦୁଃଖ କେବଳ ମୋ କଲମ ହିଁ ଜାଣେ । କାରଣ ଯେତେବେଳେ ବି ମୁଁ କିଛି ଲେଖିବାକୁ ଚାହେଁ, ସେତେବେଳେ ମୋ ଅନିଚ୍ଛାସତ୍ତ୍ଵେ ମୋ ହୃଦୟର ଗଭୀର ପ୍ରଦେଶରେ ଥିବା ଦୁଃଖକୁ ମୋ କଲମ ପ୍ରକାଶ କରିଦିଏ ।

ଏକ ସାଧକ ପାଇଁ ତା ସାଧନା ହିଁ ତା ପାଇଁ ପୁରସ୍କାର । ସମାଜ ତାକୁ ଯେଉଁ ପୁରସ୍କାର ବା ଉପାଧି ପ୍ରଦାନ କରେ ,ତାହା ସାଧକକୁ ଚିହ୍ନି ପାରିବାର ଏକ ପ୍ରମାଣ ମାତ୍ର ।

ବାସ୍ତବ ମନେ ହେଉଥିବା ଅବାସ୍ତବଠାରୁ ମିଳୁଥିବା କଷ୍ଟ ଓ ଯନ୍ତ୍ରଣାକୁ ଲାଘବ କରି ସାହିତ୍ୟ ଆମକୁ ନେଇଯାଏ ଅନ୍ୟ ଏକ ଦୁନିଆକୁ, ଯାହା ଅବାସ୍ତବ ମନେ ହେଉଥିଲେ ବି ସଂପୂର୍ଣ୍ଣ ବାସ୍ତବ, ସ୍ଵର୍ଗୀୟ ଅନୁଭୂତିର ଗନ୍ତାଘର ଚେତନାର ଦିଗନ୍ତ ବିସ୍ତାରିତ ଉପତ୍ୟକା ।


Feed

Library

Write

Notification
Profile