କର୍ମ ଅପେକ୍ଷା କର୍ମ ପଛରେ ଥିବା ଉଦ୍ଦେଶ୍ୟ ଅଧିକ ମହତ୍ତର । ତା'ଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ହେଉଛି , ଏହା ପଛରେ ଥିବା ମଙ୍ଗଳମୟ ମାନସିକତା ।
ଆମକୁ ବଞ୍ଚିବା ଶିଖାଇଛି ,ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମ ସାଙ୍ଗରେ ରହିଛି,ଆମର ଖରାପ ଅପେକ୍ଷା ଭଲକୁ ଅଧିକ ଦେଖିଛି , ସାମାନ୍ୟ ଅସୁସ୍ଥ ହେଲେ ବିବ୍ରତ ହୋଇଛି,ଦୂରକୁ ଗଲେ ଠାକୁରଙ୍କ ପାଖରେ ଶୁଭମନାସୀଛି ,ସର୍ବୋପରି ଆମ ସଂକଟ ସମୟରେ ସାରା ସଂସାର ସାଙ୍ଗରେ ଲଢିବାକୁ ପ୍ରସ୍ତୁତ ହୋଇଯାଇଛି, ସେ ଆମ ପରିବାର
ମୋ ଦୁଃଖ କେବଳ ମୋ କଲମ ହିଁ ଜାଣେ । କାରଣ ଯେତେବେଳେ ବି ମୁଁ କିଛି ଲେଖିବାକୁ ଚାହେଁ, ସେତେବେଳେ ମୋ ଅନିଚ୍ଛାସତ୍ତ୍ଵେ ମୋ ହୃଦୟର ଗଭୀର ପ୍ରଦେଶରେ ଥିବା ଦୁଃଖକୁ ମୋ କଲମ ପ୍ରକାଶ କରିଦିଏ ।
ଏକ ସାଧକ ପାଇଁ ତା ସାଧନା ହିଁ ତା ପାଇଁ ପୁରସ୍କାର । ସମାଜ ତାକୁ ଯେଉଁ ପୁରସ୍କାର ବା ଉପାଧି ପ୍ରଦାନ କରେ ,ତାହା ସାଧକକୁ ଚିହ୍ନି ପାରିବାର ଏକ ପ୍ରମାଣ ମାତ୍ର ।