Dharmendra Chuhan
Literary Captain
35
Posts
20
Followers
0
Following

ସାରା ରାତି ଶୁଏଇ ଦେଇନଥିବା ସେହି ଉଜୁଡା ଧାନ କ୍ଷେତର ଚିତ୍ର କଲମ ଧରିବାକୁ ବାଧ୍ୟ କଲା ...।

Share with friends

ଡରଲାଗେ ଆଜି ଶୋଇବାକୁ ମତେ କାଳେ ଆସିଯିବୁ ତୁ ସପନେ, ବହୁ କଷ୍ଟରେ ଭୁଲିଛି ମୁଁ ତତେ ପୁଣି ପଡିଯିବୁ ମୋର ମନେ ।(ଧର୍ମେନ୍ଦ୍ର ଚୁହାନ)

ଯିଏ ଦର୍ପଣ ପରି ଜୀବନକୁ ଚିହ୍ନାଏ.... ଆଲୋକ ଦେଖାଏ .... ମୁକ୍ତି ଦିଏ ଅଥଚ କେବେ ଧୋକା ଦିଏନି .... ସେହି ଏକା ବହି....(ଧର୍ମେନ୍ଦ୍ର ଚୁହାନ)

କେବେ ଧୂସର ସ୍ୱପ୍ନ ତ କେବେ ପୁଣି ଫିକା କେବେ ସମୁଦ୍ରର ସ୍ୱର ତ କେବେ ମରୁମରୀଚିକା ଜୀବନର ଧାଁ ଦଉଡ଼ରେ ମାଟି ସହ ପାଦର ଘର୍ଷଣ କେବେ କଣ୍ଟା ତ କେବେ ବାଲି ଗରଡ଼ା ଖାଦ୍ୟର ଅନ୍ୱେଷଣରେ ନିଜେ ଶିକାର ଜୀବନର ଅନ୍ୱେଷଣରେ ମୃତ୍ୟୁର ଫାଶ ଜୀବନର ମାନେ ହିଁ ସଂଘର୍ଷ..... (ଧର୍ମେନ୍ଦ୍ର ଚୁହାନ)

ଉଦାସ ହୃଦୟେ ଭରିଦିଏ ଖୁସି ଆମ ଟିକି ଟିକି ହସ, ମଳିନ ମନରେ ଆମେ ଛୁଟାଇଦେଉ ସତେଜ ଫୁଲର ବାସ..... (ଧର୍ମେନ୍ଦ୍ର ଚୁହାନ)

ଚୁଳି ଫୁଙ୍କୁ ଫୁଙ୍କୁ ବୋଉ ଆଖିର ଲୁହ ଯେବେ ତାୱ। ଓଦା କରେ .... ଧୂଆଁଳିଆ ଦଦରା ଚକୁଳି ଖଣ୍ଡେ ମୁଁ ପାଟିରେ ଦଉ ଦଉ ଚକୁଳି ଓଦା ହୋଇ ଫେସକି ପଡେ ମୋ ଆଖିର ଲୁହରେ.... ସେତେବେଳେ ବୋଉର କୋହଭରା କଣ୍ଠରୁ ଖସି ଆସେ ଭଗବାନ ଏମିତି ଗରିବ ଜୀବନ କାହାକୁ ଦେବୁନି.... (ଧର୍ମେନ୍ଦ୍ର ଚୁହାନ)

ସବୁଠୁ ନିଆରା ମୋ ରାଇଜ ନିଆରା ତା ଐତିହ୍ୟ ପରମ୍ପରା.... ସ୍ୱର୍ଗ ଲୋଡା ନାହିଁ ମୋତେ ବିରାଜିତ ସ୍ୱର୍ଗ, ଯା'ର ପାଣି ପବନ ସାରା.... ସବୁ ଜନମେ ଜନମୁ ଥିବି ତା'ଧୂଳି ବୋଲି ମୋ ଦେହ ସାରା... ତା ମାଟି ଖାଲି ମାଟି ନୁହେଁ ସେଇତ ଖାଣ୍ଟି ହୀରା..... *ଧର୍ମେନ୍ଦ୍ର ଚୁହାନ

ଖରା ମତେ ଜାଳିଦିଏ ସତ ହେଲେ ପେଟର ଭୋକ ଠାରୁ କମ୍ ଏ ଖରା ମତେ ତାତି ଦିଏ, ଭୋକ ଦିଏ, ଭାତ ଦିଏ..... ଆଉ ରାତି ଦିଏ ଅନ୍ଧାର, ଯନ୍ତ୍ରଣା, ଗୋଡ଼ି ବାଲିର ଶେଯ ଜରିବସ୍ତାର କମଲ ମଶାର ଗୁଁ ଗୁଁ ଶବ୍ଦ, ହେଲେ ଦେଇ ପାରେନା ଭାତ-ନିଦ କି ସ୍ୱପ୍ନ..... -[ଧର୍ମେନ୍ଦ୍ର ଚୁହାନ]

ଜାଣିଗଲି ମୁହିଁ ପ୍ରେମର ମାନେ ଦୁନିଆରେ ଅଛି ଯେତେ, ତୋ ପରି କେହି ନିଃସ୍ୱାର୍ଥ ପ୍ରେମ କରି ପାରିଲେନି ମତେ....03.11.19 (ଧର୍ମେନ୍ଦ୍ର ଚୁହାନ)

ସୁଲୁ ସୁଲିଆ ଶୀତଳ ପବନ ଦେହକୁ ଥରେଇ ଦେଉଥିବା ବେଳେ ବାଲକୋନିରେ ବସି କଅଁଳ ଖରାରେ ସୁରୁପି ସୁରୁପି ଚା ପିଇବା ଇସ୍ ଏ ଶୀତ ସବୁବେଳେ ରହନ୍ତାନି......01.11.19 (ଧର୍ମେନ୍ଦ୍ର ଚୁହାନ)


Feed

Library

Write

Notification
Profile