ଭାବ ଡୋରେ ବନ୍ଧା ବିଶାଳ ସଂସାର
ବିଧାତାଙ୍କ ଶ୍ରେଷ୍ଠ ଦାନ,
ପ୍ରେମ ଭାବ ବହି ହସୁଥାଅ ସଦା
ତେଜି ହିଂସା ,ଅଭିମାନ ।
ପୂରୁବ ଦିଗରେ ସୂରୁଜ ଉଇଁଲେ
ରଜନୀ ହୋଇଲା ଶେଷ ,
ବୃକ୍ଷ ଡାଳେ ବସି ପିକ ରାବ ଦେଲେ
ସକାଳ ହେଲା ପ୍ରବେଶ ।
✍️ ଚନ୍ଦନ ସାହୁ
ଆସିଥିଲୁ ଖାଲି ହାତେ ଏକା ଦିନେ
ଗଲା ବେଳେ ଯିବୁ ଏକା ,
ପାପ ପୁଣ୍ୟ ତୋର ସାଥେ ଘେନି ଯିବୁ
ଧର୍ମ ଥିଲେ ହେବ ସଖା ।
✍️ ଚନ୍ଦନ ସାହୁ
ମମତାମୟୀ ତୁ ସେନେହର ନଈ
ସରବ ସହଣୀ ମାଆ ,
ତୋର ଦୟା ବଲେ ଜନନୀ ମୋହର
ଦେଖିଲି ଏଇ ଦୁନିଆଁ ।
ସନ୍ତାନର ଦୁଃଖ ଆଖିରେ ଦେଖିଲେ
ଝରାଇଥାଉ ତୁ ଲୁହ ,
ତୋର କୋଳାଗ୍ରତେ ବସିଦେଲେ ଥରେ
ଭୁଲିଯାଏ ସବୁ କୋହ ।
✍️ ଚନ୍ଦନ ସାହୁ