“ଶିକ୍ଷାର ଲକ୍ଷ୍ୟ କେବଳ ଚାକିରି ନୁହେଁ; ଜ୍ଞାନ, ବିବେକ ଓ ସଦ୍ଗୁଣରେ ଜୀବନକୁ ସମୃଦ୍ଧ କରିବା।”
- ମନୋଜ କୁମାର ବେହେରା -
ଅତୀତ ଯେତେ କଷ୍ଟକର ହେଉ, ପ୍ରତ୍ୟେକ ନୂଆ ସକାଳ ଏକ ନୂତନ ଆରମ୍ଭର ସୁଯୋଗ ଦିଏ—ପରିବର୍ତ୍ତନ ପାଇଁ କେବେ ବିଳମ୍ବ ନୁହେଁ।
ପ୍ରତ୍ୟେକ ଦୁଃଖ ଦଣ୍ଡ ନୁହେଁ, କେତେକ ଦୁଃଖ ଆମକୁ ଭିତରୁ ଶକ୍ତିଶାଳୀ କରିବାକୁ ଆସେ, କେତେକ ଆମକୁ ଜୀବନର ସତ୍ୟ ଶିଖାଇବାକୁ ଆସେ, ଆଉ କେତେକ ଆମକୁ ଠିକ୍ ପଥରେ ଫେରାଇ ଆଣିବାକୁ ଆସେ।
- ମନୋଜ କୁମାର ବେହେରା -
"ହାର ମାନିବା ପୂର୍ବରୁ ଆଉ ଥରେ ଚେଷ୍ଟା କର। ସଫଳତା ପ୍ରାୟତଃ ଶେଷ ପ୍ରୟାସରେ ହିଁ ମିଳେ।"
ମନୋଜ କୁମାର ବେହେରା
“ହୃଦୟରେ କିଛି ଲୋକ
ସ୍ମୃତି ହୋଇ ରହିଯାଆନ୍ତି;
ଜୀବନରେ ନୁହେଁ,
କିନ୍ତୁ କବିତାରେ ସବୁଦିନ।”
-ମନୋଜ କୁମାର ବେହେରା -
"ମୋତେ ହରାଇଥିବା ଲୋକଙ୍କୁ
ଆଉ ଖୋଜୁନାହିଁ;
ଏବେ ମୁଁ ଖୋଜୁଛି
ହରାଇ ଯାଇଥିବା ନିଜକୁ"
-ମନୋଜ କୁମାର ବେହେରା-
କିଛି ବିଦାୟ ଦୁଃଖ ଦିଏ, କିନ୍ତୁ ସେଇ ଦୁଃଖ ହିଁ ନୂଆ ପଥର ପ୍ରଥମ ପାହାଚ ହୋଇଯାଏ।