ବରଷା ଜଳରେ ଲୁଚିଯାଏ ଲୁହ
ଓଠର ହସରେ ହୃଦୟର କୋହ।
ଜୀବନେ ଯନ୍ତ୍ରଣା ଲାଗଇ ଅସହ୍ଯ
ପର ଏଠି ସୁଖ ଆପଣାର ଲୁହ।।
ଆଲୋକ ବିନା ଛାୟାର ନଥାଏ କିଛି ଅସ୍ତିତ୍ବ ।
ହୃଦୟରୁ ପ୍ରେମ ବିନା କି ଲାଭ କାୟାରେ ରଖି ସ୍ୱାମୀତ୍ୱ।।
ଛାଇ ପରି ବନ୍ଧୁଟିଏ ଜଗତରେ ନାହିଁ।
ମରିବା ଯାଏଁ ସିଏ କେବେ ଧୋକା ଦିଏ ନାହିଁ।।
Truth is the biggest treasure of our heart, and the best ornament for our mouth.
ସମୟ ସର୍ବଦା ମଣିଷକୁ ଦିଏ
ଜୀବନର ମହା ଶିକ୍ଷା।
ସମୟ ଆସିଲେ ରାଜା ମହାରାଜା
ମାଗନ୍ତି ଦାଣ୍ଡରେ ଭିକ୍ଷା।।
ଜାହାକୁ ଭାବିବ ସବୁଠୁ ନିଜର
ପ୍ରଥମେ ଦେବ ସେ ଧୋକା।
ଦୁର୍ବଳତା ଦେଖି ଆମ ଏ ସଂସାର
ମରଦକୁ କହେ ଛକା।।
ତୁମେ ପାଖରେ ଥିବ, ଆଉ ମୁଁ ମୋ ସୀମା ଭିତରେ ରହିବି! ପ୍ରେମରେ କ'ଣ କିଏ ଏତେ ଭଦ୍ର ହୋଇପାରେ?
ଏଠି ସବୁ ପରିବର୍ତ୍ତନଶୀଳ
ସିଏ ଶରୀର ହେଉ ଅବା ସମୟ ଅଥବା ସମ୍ପର୍କ।
ସିଏ ମତ ହେଉ ଅବା ମନ ଅଥବା ମଣିଷ।।
ସନ୍ଦେହ ଏକ କୁହୁଡି
ପୋଡ଼ି ଦିଏ ସେ ପ୍ରେମ ବଉଳ
ସନ୍ଦେହ କଳାପାହାଡ଼
ଭାଙ୍ଗି ଦିଏ ସମ୍ପର୍କ ଦେଉଳ।
ସୃଜଇ ଏମିତି ଭ୍ରମ
ସୁଖ ସଲିଳ ଲାଗେ ଦୁଃଖ ଅନଳ।।
ମୋ ହୃଦୟର ଘରକୁ
ସିଏ ଏମିତି ଅକ୍ତିଆର କରିଛି,
ନା ଭଡ଼ା ଦଉଛି,
ନା ଖାଲି କରୁଛି 😛।