ହାର ମାଳ ହୋଇ ଦିଅଁଙ୍କ ଗଳାରେ ତୁଳସୀ ଟି ଥିଲେ ରହି
ଭକତ ମରମ କଥା ଠାକୁରଙ୍କୁ ସେ ତ୍ ଦେଇ ଥାଏ କହି।
ଗଛଙ୍କ ଭିତରେ ଗଛଟିଏ ସେତ
ସଭିଙ୍କ ଆଦର ତୁଳସୀ
Kete ସରଧାରେ ବୋଉ ତାର ମୂଳେ
ଜଳ ଦିଏ ନେଇ କଳସୀ।
ବସନ୍ତ ଆସିଲା ମଳୟ ବହିଲା
ଆସିଗଲାଣି ବି ହୋଲି
ଆସିବାକୁ ତୁମେ କହୁଥିଲ ପରା
ରଙ୍ଗର ପସରା ମେଳୀ
ବେଳେ ବେଳେ ଅଧା ରହେ
ଅସୁମାରୀ ଅବଶୋଷ
ବେଳେ ବେଳେ ମରେ ନାହିଁ
ଏ ମନ ରୁ ମରୁ ଶୋଷ।
ସୂର୍ଯ୍ୟ ନ ହସିଲେ ରାତି ସରିବନି
ଥର ଥର ହେବ ଧରା
ରାତି ଅଭିସାର ଭଲ ଲାଗିବନି
ନ ହସିଲେ ଚନ୍ଦ୍ର ତାରା।
ଚରିତ୍ର ଅଟଇ ଅମୂଲ୍ୟ ଧନ
ପାଖେ ଥିଲେ ଏହା ଗଢେ ଜୀବନ
ତୋର ରୂପକୁ ଦେଖି ଆନନ୍ଦ ର ଲୁହ ଝରି ଯାଉଅଛି ମୋର
ସ୍ନେହ ମମତା ର ବନ୍ଧନ ଆମର କରିବୁନି ମତେ ପର ।।
ମଣିଷ ଜନମ ପାଇଛି ଏ ଯେ ଇଶ୍ଵର ଦାନ
ମହତ କାର୍ଯ୍ୟ ଟି କରିବା ସଦା ରଖିବା ମନ