Jyotiranjan barik
Literary Colonel
24
Posts
91
Followers
0
Following

chadhei gan , Tampalo, Nimapada, puri

Share with friends
Earned badges
See all

ହୃଦୟ ରୂପକ ପଙ୍କ ସରୋବରେ ନିତି ପଦ୍ମ ହେଇ ଫୁଟଇ ସେତ ଅଟଇ ବନ୍ଧୁ ଆଉ ନୁହେଁତ କେହି ,

ହଜାରେ ସମ୍ପର୍କ ଯୋଡି ସାରିଲା ପରେ ନିଜର କାର୍ଯ୍ୟ ବ୍ୟସ୍ତତା ହେତୁ ଗୋଟି ଗୋଟି କରି ଭାଙ୍ଗିଦେବା ଅପେକ୍ଷା ଗୋଟିଏ ସମ୍ପର୍କ ଯୋଡି ତାକୁ ଜୀବନ ସାରା ତୁଲେଇବା ସବୁଠୁ ଭଲ ।

ବିଶ୍ୱାସରେ ବିଷ ଦବା ପାଇଁ ଅନେକ ମିଛ ମଣିଷ ଆମ ଜୀବନରେ ଆସିବେ , କିନ୍ତୁ ସେ ବିଷକୁ ନିଜେ ନୀଳକଣ୍ଠ ପରି ପିଇଯାଉଥିବା ସତ ମଣିଷ ଖୁବ୍ କମ ଆସନ୍ତି , ଆଉ ତାଙ୍କୁ ଆମେ ଚିନ୍ହିବା ନିହାତି ଆବଶ୍ୟକ ।

ଏ ! ତମେ ଜାଣିଛ ? ସେ ମନ୍ଦିର ଆଗରେ ବସିଥିବା ଭିକାରୁଣୀ ଏବେ ଗଣ୍ଠିଲିଏ ଗଣ୍ଠିଲିଏ ଦୁଃଖର ମାଲିକିଆଣି ମୁଠାଏ ଖୁସି ତା ପାଇଁ ଆଜି ସ୍ୱପ୍ନ ହେଇଯାଇଛି କାରଣ , କୋଉ ଗୋଟେ ଅଜଣା ସିନ୍ଧୁକରେ ତା ସୁଖ ତାଲା ପଡିଯାଇଛି ।

କିଏ ଜାଣେ କାଲି ସକାଳର ସୂର୍ଯ୍ୟଦୟ କାହା ଭାଗ୍ୟରେ ଅଛି କି ନାହିଁ , ତେଣୁ ଚାଲ ଆଜିର ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ନିଜକୁ ଭଲ ମଣିଷ ଟେ କରି ଈଶ୍ଵରଙ୍କ ପାଖରେ ସମର୍ପଣ କରିଦେବା ।


Feed

Library

Write

Notification
Profile